ls

ଡାକ୍ତର ସୂର୍ଯ୍ୟକାନ୍ତ ମହାପାତ୍ରଙ୍କୁ ଧନ୍ୟବାଦ୍ ଜଣାଇଲେ ରାଜ୍ୟ ସରକାର

sb

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କୁସଂଗ ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ଡାକ୍ତର ସୂର୍ଯ୍ୟକାନ୍ତ ମହାପାତ୍ର ନିଜ ଗାଁ ଫଟାବହାଲରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ସ୍କୁଲ ପରିସରକୁ ସଫା ସୁତୁରା ସହିତ ସମ୍ବଲପୁରୀ ଚିତ୍ରକଳାରେ ସ୍କୁଲ ଚାରିପାଖରେ ସ୍ୱଚ୍ଛତା ସହ ସୁନ୍ଦର ପରିବେଶ ସୃଷ୍ଟି କରିଥିବାରୁ ଓଡ଼ିଶା ସରକାର ତାଙ୍କୁ ‌ଟ୍ୱିଟ୍ ଯୋଗେ ଧନ୍ୟବାଦ୍ ଜଣାଇଛନ୍ତି । ଡ଼ାକ୍ତର ମହାପାତ୍ର ଛୁଟି ଦିନ ମାନଙ୍କରେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ଅପହଞ୍ଚ ଅଞ୍ଚଳରେ ସମାଜସେବୀ ରଘୁନାଥ ନାୟକଙ୍କ ସହିତ ମିଶି ତାଙ୍କର ସୌମ୍ୟ ସେବ ଫାଉଣ୍ଡେସନ ତରଫରୁ ମାଗଣା ଔଷଧ ଓ ଚିକିତ୍ସା ମଧ୍ୟ ଯୋଗାଇ ଆସୁଛନ୍ତି ।

pc pk
Leave A Reply

Your email address will not be published.