oom

୩୬ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ରଜନୀ : କଂସଙ୍କ ରାଜୁତି ଆରମ୍ଭ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ମୁକ୍ତକାଶ ରଙ୍ଗମଚଂରେ ଆୟୋଜିତ ହେଉଥିବା ୩୬ତମ ଧନୁଯାତ୍ରା ଦ୍ୱିତୀୟ ଦିବସରେ ପହଚିଂଛି । ଧନୁଯାତ୍ରା ମହୋତ୍ସବ କଳା, ସଂସ୍କୃତି, ଏ୍ୟତିହ୍ୟ, ପରମ୍ପରାର ମହାମିଳନର ଉତ୍ସବ ପୌରାଣିକ କଥାବସ୍ତୁ ଆଧାରିତ ଉତ୍କର୍ଷ ନାଟ୍ୟାଭିନୟ ଲୋକଙ୍କୁ ଟାଣି ଆଣୁଛି । ଧନୁଯାତ୍ରାର ଦ୍ୱିତୀୟ ରଜନୀରେ ମହାରାଜ କଂସଙ୍କ ରାଜୁତି ଆରମ୍ଭ ହୋଇଯାଇଛି । କଂସଙ୍କ ରାଜୁତିରେ ମଥୁରାନଗରୀ ବଙ୍ଗୋମୁଣ୍ଡା ପ୍ରକମ୍ପିତ ହୋଇଉଠୁଛି । ମହାରାଜ କଂସ ରାଜ ଉଆସରୁ ସୈନ୍ୟଗଣଙ୍କ ସହ ରଙ୍ଗମହଲକୁ ପହଚିଂବା ପରେ ଧନୁଯାତ୍ରାର ନାଟ୍ୟାଭିନୟ ପରିବେଷିତ ହୋଇ ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ମହାରାଜଙ୍କ ରାଜଦରବାରକୁ ରାଜକୀୟ ଅତିଥି ଭାବରେ ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ, ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ପାଣି ପଞ୍ଚାୟତ କମିଟିର ସଭାପତି ମଂଜେସ ମେହେର, ଧନୁଯାତ୍ରା ମହୋତ୍ସବ କମିଟିର ସଭାପତି ମାଧବ ହଂସ, ଜୁନାଗଡ଼ର ପୂର୍ବତନ ଅଧ୍ୟକ୍ଷ ସୁଧାଂଶୁ ଶେଖର ବରାଳ, ସମାଜସେବୀ ରିତା ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଅନୁନ୍ନତ ବଲାଙ୍ଗିର ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ସହ ଦାଦନ ଶ୍ରମିକ ମାନଙ୍କ ସମସ୍ୟା ବୃଦ୍ଧି ପାଉଥିବା ଅଞ୍ଚଳରୁ ଅନ୍ୟାୟ ଦୁର୍ନୀତି ଭ୍ରଷ୍ଟାଚାର ଦୂର କରିବା ଏବଂ ଅଚଂଳର ସମସ୍ୟାକୁ ଦୂର କରିବା ପାଇଁ ବକ୍ତା ମାନେ ମତ ପ୍ରକାଶ କରିଥିଲେ । ଅତିଥି ଓ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଅନ୍ୱେଷଣ ବଲାଙ୍ଗିର, ମହାକାଳ ଡ୍ୟାନ୍ସ ଗୃପ ବଙ୍ଗୋମୁଣ୍ଡା, ଗଗନ ଡ୍ୟାନ୍ସ ଗୃପ ବଙ୍ଗୋମୁଣ୍ଡା, ବିକି ଡ୍ୟାନ୍ସ ବଙ୍ଗୋମୁଣ୍ଡାଙ୍କ ସହ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ରଙ୍ଗମହଲରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ, ବିଜୁଳି କନ୍ୟାର ଶୂନ୍ୟବାଣୀ, ପୁତନା ଆହ୍ୱାନ ଓ ପ୍ରେରଣ, ଅଷ୍ଟମଲ ଆହ୍ୱାନ ଓ ପ୍ରେରଣ ଆଦି କଳାକାରଙ୍କ ଦ୍ୱାରା ନିଖୁଣ ଅଭିନୟ ଦର୍ଶକଙ୍କୁ ମନମୁଗ୍ଧ କରିଥିଲା । ବିକାଶ ରଞ୍ଜନ ପନିକା ସଭା ପରିଚାଳନା କରିଥିଲେ । ବିଭିନ୍ନ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ରହିଛି । ଧନୁଯାତ୍ରା ପାଇଁ ମଥୁରା ନଗର ପାଲଟିଛି ବଙ୍ଗୋମୁଣ୍ଡା ସହର ।ପଶ୍ଚିମ ଓଡିଶାର ପ୍ରସିଦ୍ଧ କଳାକାର ରବୀନ୍ଦ୍ର ସାହୁ କଂସ ଭୂମିକାରେ ଅଭିନୟ କରୁଛନ୍ତି । କଂସଙ୍କ ଅଟ୍ଟହାସ୍ୟ ଓ ନିଖୁଣ ଅଭିନୟ ଲୋକଙ୍କୁ ଆକୃଷ୍ଟ କରୁଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।

jittmm
Leave A Reply

Your email address will not be published.