ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ ପାଇଁ ରବିବାର ଅପରାହ୍ନରେ ଶୁଭସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତ୍ତା ରୂପେ ଆୟୋଜକ କମିଟିର ସାଧାରଣ ସମ୍ପାଦକ ତଥା ଗାଁରେଇ ହାଇସ୍କୁଲ ପ୍ରଧାନଶିକ୍ଷକ ତରୁଣ ପୋଢ଼ ଓ ତାଙ୍କ ଧର୍ମପତ୍ନୀ ତପସ୍ଵିନୀ ପୋଢ଼ ତଥା ପୂଜକ ରୂପେ କାଶୀନାଥ ଦାସ ଦାୟିତ୍ୱ ନିର୍ବାହ କରିଥିଲେ । ଏହା ପୂର୍ବରୁ ସ୍ଥାନୀୟ ରାଧାକୃଷ୍ଣ ଓ ଶିବ ମନ୍ଦିରରୁ ମହିଳା ସଙ୍କୀର୍ତ୍ତନ୍ୟ ଦଳ ସହ ଶୋଭାଯାତ୍ରା ଧନୁଯାତ୍ରା ପଡିଆରେ ପହଞ୍ଚି ବିଧିପୂର୍ବକ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା । ଆଗାମୀ ୧୪ ତାରିଖ ରୁ ଷଷ୍ଠ ବ୍ଲକସ୍ତରୀୟ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହୋଇ ୨୦ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏହି ଅବସରରେ ବିଭିନ୍ନ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯିବାର ସ୍ଵତନ୍ତ୍ର କାର୍ଯ୍ୟକ୍ରମ ତଥା ନାଟକ ଓ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ଜଣାପଡିଛି । ଶୁଭସ୍ତମ୍ଭ ସ୍ଥାପନ ବେଳେ ଧନୁଯାତ୍ରା ମହୋତ୍ସବ କମିଟି ସଭାପତି ତଥା ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରାଙ୍କ ସହ ଆୟୋଜକ କମିଟିର ବରିଷ୍ଠ ସଦସ୍ୟ ନେପାଳ ସାହୁ, ରମେଶ ନାଗ, ସୁଦାମ ସାହୁ, ପଦ୍ମଲୋଚନ ସାହୁ, ସୁଧାଂଶୁ ପୋଢ଼ ଯାଦବ, ଦିବ୍ୟ ସୁନ୍ଦର ସାହୁ, କରନ୍ ଜାଲ, ଉଦିତ କଟା, ଜନକ ଖର୍ସେଲ, ବାବୁଲାଲ କେତକୀ, ଲିକୁନ ସାହୁ, ଶ୍ୟାସୁନ୍ଦର ଝାଙ୍କର, ଯୋଗେନ୍ଦ୍ର ଥାଟି, ବିରଞ୍ଚି ଭୋଇ, ଶିବା ଥାଟି, ରଞ୍ଜନ ବନଛୋର, ଧିରୁ ନାଗ, ଲିପୁନ ମହାକୁର, ଚ୍ୟାରମେନ୍ ଥାଟି, ଦୀପକ ନାଗ, ପିଙ୍କୁ ହାତୀ ଓ ନୀତେଶ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
Next Post