ls

କୋଭିଡ-୧୯ କଟକଣା ଯୋଗୁଁ ବାତିଲ୍‌ ହେଲା ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ

sb

ବରଗଡ଼, (ସତ୍ୟନାରାୟଣ ପଧାନ) : ଖୋଲା ରଙ୍ଗମଞ୍ଚ ପାଇଁ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଚଳିତ ବର୍ଷ କୋଭିଡ-୧୯ କଟକଣା ପରିପ୍ରେକ୍ଷୀରେ ନ କରିବାକୁ କୋର୍‌ କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବ କାର୍ୟ୍ୟକାରୀ କମିଟି ବୈଠକ ସମିତିର ସଭାପତି ତଥା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ କମିଟି କର୍ମକର୍ତ୍ତାମାନେ ଯାତ୍ରା ବିଷୟରେ ଆଲୋଚନା କରିଥିଲେ ଏବଂ ବାତିଲ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ଆସନ୍ତା ୨୦୨୧ ମସିହା ଜାନୁଆରୀ ୧୮ ତାରିଖରୁ ୭୨ତମ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବାକୁ ଥିଲା ।

pc pk
Leave A Reply

Your email address will not be published.