ସରକାରୀ ମଣ୍ଡିରେ ଧାନ କିଣା ବସ୍ତା ଚୋରୀ ଅଭିଯୋଗ

ସୁନ୍ଦରଗଡ଼ : ଲାଭଖୋର ମାନସିକତା ଯୋଗୁଁ ଚାଷୀ ସବୁବେଳେ ହଇରାଣ ହେଉଛି । ଚଳିତ ଥର ଏମଏସ୍‌ପି ୧୦୦ଟଙ୍କା ବଢ଼ିଲା ସତ, ହେଲେ ସେ ୧୦୦ ଟଙ୍କା ଚାଷୀଠୁ ଲୁଟି ନେଇଗଲେ ମିଲର୍ସ ଏବଂ ବିଭାଗୀୟ କର୍ତ୍ତୃପକ୍ଷ ବୋଲି ସାଧାରଣରେ ଆଲୋଚନା ହେଉଛି । ସରକାର ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କଲେ ଆହୁରି ତୀବ୍ର ଉପାୟ ଅବଲମ୍ବନ କରି ଅସାଧୁ ଅଧିକାରୀ ଏବଂ ମିଲର୍ସ ମାଲିକ ମାନେ ଚାଷୀଙ୍କୁ ଲୁଟୁଛନ୍ତି । ସୁନ୍ଦରଗଡ଼ରେ ଚାଷୀମାନଙ୍କ ବସ୍ତା ମିଲର୍ସ ମାନେ ହାତୋଉଥିବା ବେଳେ ବସ୍ତା କିଣା ଟଙ୍କା ସିଧାସଳଖ ମିଲର୍ସଙ୍କ ପକେଟକୁ ଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.