ବଲାଙ୍ଗିର, (କେପିଏନ୍ଏସ୍) : ଜଏନିଂ ଅର୍ଡର ମିଳିଲାନି ବୋଲି ବଲାଙ୍ଗିର ଡିଇଓ ଅଫିସକୁ ଆସି ଜଣେ ବିଇଓ ଆତ୍ମହତ୍ୟା ଧମକ ଦେଇଛନ୍ତି । ବିଇଓ ରଞ୍ଜିତ ଭୋଇ ତିନି ମାସ ହେଲା ବଦଳି ହୋଇ ଆସିଥିଲେ ମଧ୍ୟ କାର୍ଯ୍ୟରେ ଯୋଗଦେବାକୁ ବଲାଙ୍ଗିର ଡିଇଓ ତାଙ୍କୁ ନିର୍ଦ୍ଦେଶ ଦେଇନାହାନ୍ତି । ଦେବଗଡ଼ ଜିଲ୍ଲାରୁ ରଂଜିତ ଭୋଇଙ୍କୁ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ବିଇଓ ଭାବରେ ବଦଳି ହୋଇଛି । ତିନିମାସ ହେଲା ଡିଇଓ ଅଫିସକୁ ଆସୁଛନ୍ତି ହେଲେ ତାଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଡିଇଓ ଚାହୁଁନଥିବା ଅଭିଯୋଗ କରିଛନ୍ତି । ବଦଳି ହେବାର ତିନି ମାସ ବିତି ଯାଇଥିଲେ ବି ଏଯାଏ ବେଲପଡାରେ ଯୋଗଦେବା ପାଇଁ ଜଏନିଂ ଅର୍ଡର ଦେଇନାହାନ୍ତି ଡିଇଓ । ବେଲପଡା ବ୍ଲକର ବିଇଓ ଦାୟିତ୍ୱରେ ଥିବା ଅଭିନ ମିଶ୍ର, ନିଜ ଜାଗା ଛାଡିବାକୁ ନାରାଜ ଥିବାବେଳେ ଅନ୍ୟ ପଟେ ତିନିମାସ ହେଲା ଦରମା ପାଇ ନ ଥିବା ରଂଜିତ ଭୋଇ କହିଛନ୍ତି । ତେଣୁ ଆଜି ଆଦିବାସୀ ସଂଘ ସଭାପତି ସତ୍ୟ ଭୋଇଙ୍କ ସହିତ ଆସି ଡିଇଓ ଅଫିସରେ ଆତ୍ମହତ୍ୟା ଧମକ ଦେଇଛନ୍ତି ।
