oum

ଚକ୍ଷୁ ପରୀକ୍ଷା କରାଇ ଜେଲ୍‌କୁ ଫେରିଲେ ଧଳସାମନ୍ତ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଡି ବ୍ରଦର୍ଶ ଗ୍ୟାଙ୍ଗର ସୁଶାନ୍ତ ଧଳସାମନ୍ତଙ୍କୁ ଚକ୍ଷୁ ପରୀକ୍ଷା ପାଇଁ ରବିବାର ଦିନ କଡା ସୁରକ୍ଷା ଭିତରେ ଭୁବନେଶ୍ୱର ସ୍ଥିତ ଏଲ୍‌ଭିପ୍ରସାଦ ହସ୍ପିଟାଲ୍‌କୁ ନିଆଯାଇଥିଲା । ସେଠାରେ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା ଓ ସାମାନ୍ୟ ଚିକିତ୍ସା ପରେ ରବିବାର ଦିନ ବଲାଙ୍ଗିରକୁ ଆଣି ଜେଲ୍‌ରେ ପୁନର୍ବାର ଭର୍ତ୍ତି କରାଯାଇଛି । ଏବେ ଧଳସାମନ୍ତଙ୍କ ଚକ୍ଷୁ ବସ୍ଥା ସାମାନ୍ୟ ଥିବା କୁହାଯାଉଛି । ପ୍ରକାଶ ଯେ, ୨୦୧୮ ମାର୍ଚ୍ଚରୁ ଧଳ ସାଙ୍କୁ ଝାରପଡାରୁ ବଲାଙ୍ଗିର ଜେଲ୍‌ରେ ଆଣି ରଖାଯାଇଛି । ଦୀର୍ଘ ଦିନ ହେବ ସେ ଚକ୍ଷୁ ଜନୀତ ସମସ୍ୟା ନେଇ ଗତି କରୁଥିଲା । ପ୍ରଥମେ ଭୀମ ଭୋଇ ମେଡିକାଲ୍‌ ଓ ପରେ ବୁର୍ଲା ମେଡିକାଲ୍‌ରେ ଚିକିତ୍ସିତ ହେଉଥିଲା । ଚକ୍ଷୁ ଭୀତରେ ରକ୍ତସ୍ରାବ ହେବା ଯୋଗୁଁ ଆଠ ମାସ ତଳେ କୋର୍ଟର ଅନୁମତିକ୍ରମେ ତାଙ୍କୁ ଭୁବନେଶ୍ୱର ଏଲ୍‌ଭିପ୍ରସାଦ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଥିବାର ଜେଲ୍‌ କର୍ତ୍ତୁପକ୍ଷ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.