ଅଟୋ ସହ ସ୍କୁଟି ମୁହାଁ ମୁହିଁ ଧକ୍କା : ଯୁବକ ଓ ବୃଦ୍ଧ ଗୁରୁତର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହର ଠାରୁ ମାତ୍ର ଏକ କି.ମି. ଦୂର ପୋଡାପଦର ଗ୍ରାମପଞ୍ଚାୟତର କୁମାରବେଗପଲ୍ଲୀ ଗ୍ରାମର ମୁଖ୍ୟ ରାସ୍ତାରେ ଅଟୋ ଧକ୍କାରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଗଙ୍ଗାପୁର ଗ୍ରାମର ସନ୍ତୋଷ ସେଠୀ (୫୦) ଓ ଗୌରାଙ୍ଗ ମୁଦୁଲି (୨୦) ବୋଲି ଜଣାପଡିଛି । ପ୍ରକାଶ ଥାଉକି ଗୌରାଙ୍ଗ ଆଜି ଅପରାହ୍ନରେ ଏକ ସ୍କୁଟି ଯୋଗେ ଛତ୍ରପୁରରୁ ନିଜଗ୍ରାମ ଗଙ୍ଗାପୁର ଅଭିମୁଖେ ଯାଉଥିବା ବେଳେ କୁମାରବେଗପଲ୍ଲୀ ଗ୍ରାମ ମୁଖ୍ୟ ସଡକ ପଥରେ ଏକ ଅଟୋ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସ୍କୁଟି ଚାଳକ ଓ ସ୍କୁଟିରେ ବସିଥିବା ଦୁଇଜଣ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଏକ ଅଟୋ ଯୋଗେ ତାଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷେ ଛତ୍ରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.