ଅଜଣା ଗାଡି ଧକ୍କାରେ ୧ ମୃତ, ୧ ଗୁରୁତର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ବୁରୁଡି ଓଭରବ୍ରିଜ ନିକଟରେ ଅଜଣା ଗାଡି ଧକ୍କାରେ ସ୍ତ୍ରୀ ମୃତ ଓ ସ୍ୱାମୀ ଗୁରୁତର ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଅନନ୍ତରାମ ବେହେରା ଗୁରୁତର ଥିବା ଜଣାପଡିଛି । ତେବେ ମୃତ୍ୟୁବରଣ କରିଥିବା ମହିଳା ଶଶି ବେହେରା ଓ ଗୁରୁତର ଥିବା ସ୍ୱାମୀ ଅନନ୍ତରାମ ବେହେରାଙ୍କ ଘର ସୁବଳୟା ବୋଲି ଜଣାପଡିଛି । ଗୁରୁତର ଆହତ ଅନନ୍ତରାମ ବେହେରାଙ୍କୁ ଛତ୍ରପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନା ମୁତାବକ, ସ୍ୱାମୀ, ସ୍ତ୍ରୀ ରମ୍ଭା ପଟୁ ନିଜ ଗାଁ ସୁବଳୟାକୁ ଫେରୁଥିବା ବେଳେ ଅଜଣା ଗାଡି ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ମେଡିକାଲକୁ ଅଣାଯାଇଥିଲା । ସ୍ତ୍ରୀ ଶଶି ବେହେରାଙ୍କୁ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.