୨ ବାଇକ୍‌ ଧକ୍କା : ୨ ଆହାତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଆଶ୍ରମପଡା ରାସ୍ତାର ବୁଲାଣିରେ ଦୁଇ ବାଇକ୍‌ ମଧ୍ୟରେ ଧକ୍କା ହେବା ଫଳରେ ବେଲପଡା ବ୍ଲକ ସୁଲେକେଲା ଗାଁର ମିଥୁନ ରଣା(୩୦) ଓ ଅନ୍ୟ ଜଣେ ଗୁରୁତର ଆହାତ ହୋଇଥିବା ଜଣାପଡିଛିି । ସୂଚନା ଅନୁସାରେ, ଗତକାଲି ମିଥୁନ ତାଙ୍କ ଶ୍ୱଶୁର ଘର ତୁରେକେଲାରୁ ବାଇକ୍‌ରେ କଣ୍ଟାବାଞ୍ଜି ଆସୁଥିଲେ । ବୁଲାଣି ନିକଟରେ କଣ୍ଟାବାଞ୍ଜିରୁ ଯାଉଥିବା ଅନ୍ୟ ଏକ ବାଇକ୍‌ ସହ ତାଙ୍କ ଧକ୍କା ହୋଇଥିଲା । ଏଥିରେ ଉଭୟ ଆରୋହୀ ଆହତ ହୋଇଥିଲେ । ସମାଜସେବୀ ରାଧେ ବେହେରା ଉଭୟଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନା ନେଇଥିଲେ । ପରେ ଉଭୟଙ୍କୁ ବଲାଙ୍ଗିର ମେଡିକାଲକୁ ପଠାଯାଇଥିଲା ।

Leave A Reply

Your email address will not be published.