ରାସ୍ତାକଡରେ ଛିଡା ହୋଇଥିବା ବେଳେ ଧକ୍କା ଦେଲା ବାଇକ : ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଚନ୍ଦନପାଲି ଗ୍ରାମର ସୁଜିତ ବାରିକ ନାମକ ଜଣେ ବ୍ୟକ୍ତି ଗ୍ରାମର ରାସ୍ତାକଡରେ ଛିଡା ହୋଇଥିବା ବେଳେ ଦୃତ ଗତିରେ ଏକ ବାଇକ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ସୁଜିତଙ୍କୁ ତରଭା ହସ୍‌ପିଟାଲକୁ ଆଣିଥିଲେ । ସେଠାରେ କିଛି ସମୟ ଚିକିତ୍ସା କରାଯିବା ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ରାତି ପାଖାପାଖି ଦୁଇଟା ସମୟରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ଅଣାଯାଇ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.