ଦୁଇ ବାଇକ ମୁହାଁମୁହିିଁ ଧକ୍କା : ୧ ମୃତ, ୩ ଗୁରୁତର

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଆଜି ସନ୍ଧ୍ୟାରେ ବଲାଙ୍ଗିର ଜିଲ୍ଲା ତଲିଉଡାର ଗ୍ରାମ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇ ଜଣେ ବାଇକ୍ ଚାଳକଙ୍କ ମୃତ ହୋଇଥିବା ବେଳେ ଅନ୍ୟ ବାଇକରେ ଥିବା ୩ ଜଣ ଯୁବକଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ ହସ୍ପିଟାଲକୁ ଆମ୍ବୁଲାନ୍ସ ଯୋଗେ ନିଆଯାଇଥିବା ଜଣାପଡିଛି । ମୃତ ବାଇକ୍ ଚାଳକ ଚନ୍ଦନଭାଟି ଗ୍ରାମର ପଞ୍ଚାନନ ମେହେର ବୋଲି ଜଣାପଡିଛି । ଦୃତ ଗତିରେ ଉକ୍ତ ଦୁଇ ବାଇକ ଆସୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହୁଛନ୍ତି । ଅନ୍ୟ ବାଇକ୍‌ରେ ଥିବା ତିନି ଜଣ ଯୁବକ କୁସଙ୍ଗ ଗ୍ରାମର ହୋଇଥିବା ବେଳେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ସ୍ଥାନୀୟ ଭୀମଭୋଇ ମେଡିକାଲ ହସ୍ପିଟାଲକୁ ଆଣିଛନ୍ତି । ସୂଚନା ଥାଉକି ମୃତ ଶ୍ରୀ ମେହେରଙ୍କ ସାନଭାଇ ଟିକେଲାଲ ମେହେରଙ୍କ ମୃତ୍ୟୁକୁ ମାସେ ପୁରି ନଥିବା ବେଳେ ଆଜି ବଡଭାଇଙ୍କ ମୃତ୍ୟୁ ଖବର ତାଙ୍କ ପରିବାର ପାଇଁ ବହୁତ ଦୁଃଖ ଆଣି ଦେଇଛି । ପଞ୍ଚାନନ ଥିଲେ ଘରର ମୁଖ୍ୟ ତାଙ୍କ ରୋଜଗାରରେ ଘର ଚଳୁଥିଲା । ଏବେ ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ, ଦୁଇ ଝିଅ ଏବଂ ଗୋଟିଏ ପୁଅ ସହିତ ମା’ ବାପା ବେସାହାରା ହୋଇପଡିଛନ୍ତି ।

Leave A Reply

Your email address will not be published.