ଦୁଇ ବାଇକ୍ ମୁହାମୁହିଁ ଧକ୍କା : ୧ ମୃତ

ଯୁଯୁମୁରା : ଯୁଯୁମୁରା ଥାନା ଲାଇକେରାବାହାଲ ଛକ ନିକଟରେ ଶୁକ୍ରବାର ଦିନ ପ୍ରାୟ ସାଢେ ୧୧ଟା ବେଳେ ଦୁଇ ବାଇକ୍ ମଧ୍ୟରେ ମୁହାମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ ମୃତକ ଜଣକ ହେଲେ ଦେବଗଡ ଜିଲ୍ଲା ରିଆମାଳ ଥାନା ତୁଙ୍ଗାପାଲର ବାବୁଲା ଦାଶ (୪୨) । ପୁଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ଉପଖଣ୍ଡ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଇଛି । ଆହତମାନେ ହେଲେ ଘିସୁରିଆବାହାଲର ଭବାନୀ ଶଙ୍କର ବେହେରା (୩୨) ଓ ଲାଇକେରାବାହାଲର ମିଶ୍ର ସାହୁ(୩୩) । ଆହତ ଦ୍ୱୟଙ୍କୁ ଉଦ୍ଧାର କରି ସମ୍ବଲପୁର ଜିଲ୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.