om academy

କାର-ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ

jsm

ମୋହନା : ମୋହନା ଥାନା ପଲ୍ଲୀଗଜପତି ଛକ ନିକଟରେ କାର ସହ ବାଇକ ମୁହାଁ ମୁହିଁ ଧକ୍କା ହୋଇଛି । ଏଥିରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ୨ ଜଣ ହେଲେ ବିକ୍ରମପୁର ଗାଁର ଜକୋବ ବର୍ଦ୍ଧନ ଓ ସୁବିତ୍ ବର୍ଦ୍ଧନ ।

ସୂଚନା ଅନୁସାରେ ବିକ୍ରମପୁର ଗାଁର ଜକୋବ ବର୍ଦ୍ଧନ ଓ ସୁବିତ୍ ବର୍ଦ୍ଧନ ବାଇକରେ ଯାଉଥିଲେ । ଏହି ସମୟରେ ବିପରୀତ ଦିଗରୁ ଏକ କାର ଆସୁଥିଲା । ପଲ୍ଲୀ ଗଜପତି ନିକଟରେ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ୨ ବାଇକ ଆରୋହୀ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ଅଣାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଏଥିସହ ଦୁର୍ଘଟଣାଗ୍ରସ୍ତ କାର ଓ ବାଇକକୁ ଜବତ କରି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.