୨ ମାଲ୍ ଗାଡ଼ି ସହ ଧକ୍କା ହେଲା ପାସେଞ୍ଜର ଟ୍ରେନ୍

ଚଣ୍ଡିଗଡ଼ : ପଞ୍ଜାବର ଫତେହଗଡ ସାହିବରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି । ରବିବାର ଭୋର୍ ପ୍ରାୟ ସାଢ଼େ ୩ଟାରେ ସରହିନ୍ଦ ରେଳ ଷ୍ଟେସନଠାରୁ କିଛି ଦୂରରେ ଥିବା ମାଧୋପୁର ଚୌକି ନିକଟରେ ଏହି ଟ୍ରେନ ଦୁର୍ଘଟଣା ଘଟିଛି । ୨ ମାଲ୍ ଗାଡ଼ି ସହ ପାସେଞ୍ଜର ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଏକ ମାଲ୍ ଗାଡ଼ିର ଇଞ୍ଜିନ୍ ଓଲଟି ପଡିଥିଲା । ଏହା ଯୋଗୁ ପାସେଞ୍ଜର ଟ୍ରେନ୍ ସହିତ ମଧ୍ୟ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଦୁଇ ଜଣ ଲୋକ ପାଇଲଟ ଆହତ ହୋଇଥିବା ଜଣାପଡ଼ିଛି । ସେମାନେ ସାହାରନପୁର ୟୁପିର ବିକାଶ କୁମାର ଏବଂ ହିମାଂଶୁ କୁମାର ବୋଲି ଚିହ୍ନଟ କରାଯାଇଛି । ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ସିଭିଲ ହସ୍ପିଟାଲ ଫତେହଗଡ ସାହିବରେ ଭର୍ତ୍ତି କରାଯାଇଥିଲା । ତେବେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ପଟିଆଲାର ରାଜୀନ୍ଦ୍ର ଡାକ୍ତରଖାନାକୁ ପଠାଇଥିଲେ ।

Leave A Reply

Your email address will not be published.