କୁରୁଲଠାରେ ଦୁଇଟି ବାଇକ ମୁହାଁମୁହିିଁ ଧକ୍କା, ୩ ଗୁରୁତର ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଇଂତଲା ଥାନା ଅନ୍ତର୍ଗତ କୁରୁଲଠାରେ ଆଜି ଦୁଇଟି ବାଇକ ମୁହାଁମୁହିିଁ ଧକ୍କା ହୋଇଥିବା ବେଳେ ଏଥିରେ ୩ ଜଣ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ୍ ଓ ହସପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । କୁରୁଲ ଗ୍ରାମର ମଙ୍ଗଳ ବାଗ (୧୯), ମନୋଜ ପୁଟା (୧୮) ଓ ଅନ୍ୟଜଣେ ଯୁବକ ବଲାଙ୍ଗିର ମେଡିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ମଙ୍ଗଳ, ମନୋଜ ଓ ତାଙ୍କ ଗ୍ରାମର ଏକ ଯୁବକ ୩ ଜଣ ମିଶି ଏକ ସିଡି ଡିଲକ୍ସ ବାଇକ ଯୋଗେ କୁରୁଲର ପଞ୍ଚାୟତକୁ ଚାଉଳ ଆଣିବାକୁ ଆସି ଫେରୁଥିବା ସମୟରେ ସାମ୍ନା ପଟୁ ଗ୍ଲାମର ବାଇକ ଯୋଗେ ଆସୁଥିବା ଏକ ଯୁବକ ତାଙ୍କୁ ଧକ୍କା ଦେଇଥିଲେ । ଫଳରେ ଗୁରୁତର ଅବସ୍ଥାରେ ମଙ୍ଗଳ, ମନୋଜ ଓ ଗ୍ଲାମର ବାଇକରେ ଥିବା ଯୁବକ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ରେ ଭର୍ତ୍ତି ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.