ବଲାଙ୍ଗିରର ପାଟଣା ଛକରେ କାର୍‌କୁ ଧକ୍କା ଦେଲା ଟ୍ରକ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର ପାଟଣା ଛକରେ ଏକ କାର୍‌କୁ ଏକ ଟ୍ରକ୍‌ ଧକ୍କା ଦେଇଥିବା ବେଳେ ଏଥିରେ କାହାରି କିଛି କ୍ଷତି ଘଟିନଥିବା ସୂଚନା ରହିଛି । ସୂଚନା ଅନୁସାରେ ରିଷିଡାର ସଂଗ୍ରାମ କେଶରୀ ନାଏକ (ଓଡି୦୩ଏମ୍‌ ୦୦୭୪) ନମ୍ବର ବିଶିଷ୍ଟ ଏକ ହୁଣ୍ଡାଇ କମ୍ପାନୀର କାର୍‌ ଯୋଗେ ସ୍ଥାନୀୟ ମହିନ୍ଦ୍ରା ସୋ’ରୁମ୍‌କୁ ଆସିଥିବା ବେଳେ ସହରର ମୁଖ୍ୟ ବସ୍ତି ପାଟଣାଛକଠାରେ ଏକ ଟ୍ରକ୍‌ ( ଓଆର୍‌ ୧୫ଏସ୍‌ ୩୦୫୫) ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ କାର୍‌ର ସାଇଟ୍‌ ଗେଟ୍‌ ଭାଙ୍ଗି ଯାଇଥିବା ବେଳେ କାହାର କିଛି କ୍ଷତି ହୋଇ ନଥିବା ଜଣାପଡିଛି । ବଲାଙ୍ଗିର ଟାଉନ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ଟ୍ରକ ଓ କାର୍‌କୁ ଥାନାକୁ ଆଣିଥିବା ସୂଚନା ରହିଛି ।

Leave A Reply

Your email address will not be published.