ବାଇକ୍-ସାଇକେଲ ମୁହାଁମୁହିଁ ଧକ୍କା : ୧ ଗୁରୁତର

ବାଉଁଶୁଣୀ : ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନଂ ଜାତୀୟ ରାଜପଥ ବାଉଁଶୁଣୀ ଛକ ନିକଟରେ ଆଜି ସକାଳେ ଏକ ବାଇକ୍ ଓ ସାଇକେଲ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଏହି ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଅଶୋକ ମାଝି ନାମକ ଜଣେ ଯୁବକ ଆଠମଲ୍ଲିକରୁ ସୋନପୁର ଅଭିମୁଖେ ବାଇକ୍‌ ଯୋଗେ ଯାଉଥିଲେ । ସେହି ସମୟରେ ବାଉଁଶୁଣୀ ଥାନା ଜମଘାଟି ଗ୍ରାମର ସତ୍ୟ ମେହେର ବାଉଁଶୁଣୀ ପଞ୍ଚାୟତ କାର୍ଯ୍ୟାଳୟକୁ ସାଇକେଲରେ ଚାଉଳ ନେଇ ଯାଉଥିଲେ । ହଠାତ୍ ସେହି ସମୟରେ ବାଇକ୍‌ଟି ଆସି ସତ୍ୟଙ୍କୁ ଧକ୍କା ଦେଇଥିଲା । ଫଳରେ ସତ୍ୟ ସାଇକେଲରୁ ଛିଟିକି ପଡ଼ିଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ତାଙ୍କୁ ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସୋନପୁର ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.

error: Content is protected !!