om academy

ବସ୍ ଓ ପିକ୍‌ଅପ୍ ମୁହାଁମୁହିଁ ଧକ୍କା : ୧ ଗୁରୁତର, ୪ ଆହତ

jsm

ପୁରୁଣାକଟକ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ହରଭଙ୍ଗା ତହସିଲ ଅଫିସ ସମ୍ମୁଖରେ ଏକ ବସ୍ ଓ ପିକ୍‌ଅପ୍ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ବେଳେ ୪ ଆହତ ହୋଇଛନ୍ତି । ତେବେ ଏକ ବଡ ଧରଣର ଦୁର୍ଘଟଣାରୁ ୪୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ସୂଚନା ଅନୁଯାୟୀ ବଡ଼ପଣ୍ଡା ନାମକ ଏକ ଘରୋଇ ବସ୍ ଭୁବନେଶ୍ୱରରୁ ବୌଦ୍ଧ ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ପିକ୍‌ଅପ୍ ସହ ଚାରିଛକ ସ୍ଥିତ ହରଭଙ୍ଗା ତହସିଲ ଅଫିସ ସମ୍ମୁଖରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ପିକ୍‌ଅପ୍‌ରେ ଥିବା ହେଲପର ଗୁରୁତର ହୋଇଥିବା ବେଳେ ଡ୍ରାଇଭର ଓ ବସ୍‌ରେ ଥିବା ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ପୋଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ପୁରୁଣାକଟକ ମେଡିକାଲରେ ଭତ୍‌ର୍ତ୍ତି କରିଛନ୍ତି । ସେଠାରେ ଗୁରୁତର ପ୍ରଫୁଲ୍ଲ ପ୍ରଧାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଉଭୟ ଗାଡି ୫୭ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ହେବାରୁ ପ୍ରାୟ ୩ ଘଣ୍ଟା ରାସ୍ତା ବନ୍ଦ ହୋଇଯାଇଥିଲା । ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ରାସ୍ତାରୁ ଦୁର୍ଘଟଣାଗ୍ରସ୍ତ ଗାଡି ହଟାଇବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା । ପୋଲିସ ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.