୨ ବାଇକ୍‌ ମୁହାଁମୁହିଁ ଧକ୍କା : ୧ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବେଲବାହାଲି ଛକ ନିକଟରେ ୨ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଥିବା ଖବର ମିଳିଛି । ଗୁରୁତର ଜଣକ ବଙ୍ଗୋମୁଣ୍ଡା ଅନ୍ତର୍ଗତ ରୁଷିବନ୍ଧ ଗ୍ରାମର ବିଶ୍ୱରଞ୍ଜନ ମହାନନ୍ଦିଆ(୨୯) ବୋଲି ଜଣାପଡିଛି । ସୂଚନା ଅନୁସାରେ ସେ କୌଣସି ଏକ କାମରେ ନିଜ ଗ୍ରାମରୁ ଛତାପିପଲ ଗ୍ରାମକୁ ଯାଉଥିବା ବେଳେ ସମ୍ମୁଖ ପଟୁ ଆସୁଥିବା ଏକ ବାଇକ୍‌ ସହ ଜୋର୍‌ରେ ଧକ୍କା ହୋଇଥିଲା । ଫଳରେ ବିଶ୍ୱରଞ୍ଜନ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.