ଟ୍ରେଲରକୁ ଧକ୍କା ଦେଲା କାର୍‌ : ୧ ମୃତ, ୨ ଆହତ

ଖୋର୍ଦ୍ଧା : ସଦର ଥାନା ଅନ୍ତର୍ଗତ ତାପଙ୍ଗ ଓଭର ବ୍ରିଜ ଉପରେ ଭୋଜିଖାଇ ଫେରିବା ସମୟରେ ଏକ କାର୍‌ ଟ୍ରେଲରକୁ ଧକ୍କା ଦେଇଥିବା ଜଣାପଡିଛି । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ମୃତକ ଜଣକ ହେଲେ ଆଦର୍ଶ ଥାନା ଅନ୍ତର୍ଗତ ପଲା ଗ୍ରାମର ବାବୁ ଓରଫ ସୋମନାଥ ବାରିକ । ଉକ୍ତ ଗ୍ରାମର ଗଣେଶ ସାହୁ ଓ ପ୍ରେମାନନ୍ଦ ବରାଳ ଆହତ ହୋଇଛନ୍ତି । ତେବେ ଗଣେଶଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୁଲିସ୍ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.