oom

ସୁଭଦ୍ରା ଯୋଜନା ପଞ୍ଜିକରଣ ଦେୟ ଧାର୍ଯ୍ୟ ପାଇଁ ଦାବୀ ପତ୍ର ପ୍ରଦାନ

jsmm

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସୁଭଦ୍ରା ଯୋଜନା ପଞ୍ଜିକରଣ ଦେୟ ସ୍ଥିର କରିବା ପାଇଁ ଆଜି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ସି.ଏସ୍‌.ସି ଭିଏଲଇ ସଂଘ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି । ମାଗଣାରେ ସୁଭଦ୍ରା ଯୋଜନା ପଞ୍ଜିକରଣ କରିପାରିବୁ ନାହିଁ ବୋଲି ରୋକଠୋକ ମନା କରିଦେଇଛି କଲମପୁର ବ୍ଲକ ସି.ଏସ୍‌.ସି ଭିଏଲଇ ସଙ୍ଘ । ଆଜି ବ୍ଲକ ସଂଘ ସଭାପତି ନିରଞ୍ଜନ ପାଢ଼ୀ, ସମ୍ପାଦକ ଜ୍ଞାନରଞ୍ଜନ ପଣ୍ଡା, ଯୁଗ୍ମ ସମ୍ପାଦକ ମିଲନ କୁମାର ନାଏକଙ୍କ ନେତୃତ୍ୱରେ ସଂଘର ସଦସ୍ୟମାନେ କଲମପୁର ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଡ଼ିଓ ବିଜୟ କୁମାର ମଣ୍ଡାଙ୍ଗୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ ଦାବିପତ୍ରରେ ସି.ଏସ୍‌.ସି ଏବଂ ଭିଏଲଇ ମାନଙ୍କୁ ସରକାର ଦରମା ପ୍ରଦାନ କଲେ ସେମାନେ ସୁଭଦ୍ରା ଯୋଜନାର ପଞ୍ଜିକରଣ କାର୍ଯ୍ୟ ଏବଂ ଆଗାମୀ ଦିନରେ ଯେଉଁ ଯୋଜନା ହେବ ତାର କାର୍ଯ୍ୟ କରିବେ ନଚେତ ସେମାନଙ୍କୁ ସୁଭଦ୍ରା ଯୋଜନାର ପଞ୍ଜିକରଣ ପାଇଁ ୧୦୦ ଟଙ୍କା ଲେଖାଁଏ ପ୍ରଦାନ କରାଯାଉ ବୋଲି ଦାବୀ କରିଛନ୍ତି । ସରକାର ଯଦି ପଞ୍ଜିକରଣ ବାବଦକୁ ଦେୟ ଦେବେ ନାହିଁ ତେବେ ସୁଭଦ୍ରା ଯୋଜନା ପଞ୍ଜିକରଣ ପାଇଁ ଯେଉଁ ମାନେ ଆସିବେ ସେମାନଙ୍କ ଠାରୁ ପ୍ରତି ପଞ୍ଜିକରଣ ବାବଦକୁ ୧୦୦ ଟଙ୍କା ନେବାପାଇଁ ଅନୁମତି ପ୍ରଦାନ କରାଯାଉ ବୋଲି ଦାବୀ କରିଛନ୍ତି । ଏ ସମ୍ପର୍କରେ ବିଡ଼ିଓ ଶ୍ରୀ ମାଣ୍ଡାଙ୍ଗି ସୁଭଦ୍ରା ଯୋଜନା ପଞ୍ଜିକରଣ ସାରା ରାଜ୍ୟରେ କରାଯାଉଛି, ତେଣୁ ଆମେ ସରକାରଙ୍କୁ ଜଣାଇ ଦେଉଛୁ ସରକାର ଯାହା ନିଷ୍ପତ୍ତି ନେବେ ବୋଲି ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି ।

jittmm
Leave A Reply

Your email address will not be published.