
ଚୌଦ୍ୱାର : କୁହୁଡି ହେଲା କାଳ । କଟକ ନୂଆପାଟଣା ସ୍ଥିତ ମଧୁସୂଦନ ସେତୁ ନିକଟରେ ବସ୍ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ । ଖବର ଅନୁଯାୟୀ, ଦେବଗଡ଼ ପଟୁ କଟକ ଆସୁଥିଲା ଲକ୍ଷ୍ମୀ ନାଏକ ଏକ ଘରୋଇ ବସ୍ । ଗୁରୁବାର ଦିନ ଭୋର ସମୟରେ ବସ୍ଟି ଅତ୍ୟଧିକ କୁହୁଡି ଲାଗି ରାସ୍ତା ମଝିରେ ଥିବା ଡିଭାଇଡରରେ ପିଟି ହୋଇଥିଲା । ଯାହାଫଳରେ ବସ୍ଟି ଦୁର୍ଘଟଣାର ଶିକାର ହୋଇଥିଲା । ହେଲେ ସୌଭାଗ୍ୟବଶତଃ ବସ୍ରେ ଥିବା ୩୦ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି କଟକ ଡାକ୍ତରଖାନା ପଠାଇଯାଇଛି । ସେପଟେ ଚୌଦ୍ୱାର ଥାନା, ଗୁରୁଡିଝାଟିଆ ଥାନା, ଆଠଗଡ଼ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ପ୍ରଥମେ ଆହତମାନଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଛି । ପୋଲିସ ଘଟଣାର ଛାନ୍ଭିନ୍ ଜାରି ରଖିଛି ।