ମାଁ ପାଟଣେଶ୍ୱରୀ ଦେବୀଙ୍କୁ ନବାନ୍ନ ଅର୍ପଣ

  • ଏକ ହଜାରରୁ ଅଧିକ ଭକ୍ତମାନେ ନବାନ୍ନ ପାଇଲେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପାଟଣା ଅଧିଷ୍ଠାତ୍ରୀ ମାଁ ପାଟନେଶ୍ୱରୀଙ୍କ ପିଠରେ ବିଶୁଦ୍ଧ ଲଗ୍ନ ଅନୁସାରେ ନବାନ୍ନ ଲାଗି ହୋଇଥିଲା । ପାଖର ଦେବାଦେବୀଙ୍କୁ ପୂଜା ସହ ମାଁଙ୍କ ଗୁପ୍ତ ନୀତିରେ ନବାନ୍ନ ଲାଗି ପୂର୍ବକ ମହା ଆଳତୀ ହୋଇଥିଲା । ମାଁଙ୍କ ପାଖରେ ସ୍ୱତନ୍ତ୍ର ଭୋଗ ସହ ନୂଆଁ ଅନ୍ନ ଲାଗି ହୋଇଥିଲା । ମନ୍ଦିର ତରଫରୁ ଭକ୍ତମାନଙ୍କ ପାଇଁ ନବାନ୍ନ ପ୍ରସାଦ ନେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା । ଇଷ୍ଟଦେବୀଙ୍କ ଲାଗି ପ୍ରସାଦ ନେଇ ଜନତା ନିଜ ଘରେ ପରିବାର ସହ ନବାନ୍ନ ଭକ୍ଷଣ କରିଥିଲେ । ନବାନ୍ନ ନେବା ପାଇଁ ଓ ଦର୍ଶନ ପାଇଁ ମନ୍ଦିରରେ ଅନେକ ଭିଡ ଲାଗିଥିଲା । ଓଡିଶା ଉପ ମୁଖ୍ୟମନ୍ତ୍ରୀ ତଥା ବଲାଙ୍ଗିର ପାଟଣା ମହାରାଜ କନକ ବର୍ଦ୍ଧନ ସିଂଦେଓ ବଲାଙ୍ଗିର ମାଁ ପାଟଣେଶ୍ୱରୀଙ୍କୁ ଦର୍ଶନ କରି ନବାନ୍ନ ଗ୍ରହଣ କରିଥିଲେ । ମୁଖ୍ୟ ପୂଜକ ମଳୟ କୁମାର ଦିସ୍ରୀ ନବାହ୍ନ ଲାଗି କରିଥିଲେ ଏଥିରେ ଅବିନାଶ ଦିସ୍ରୀ ସହଯୋଗ କରିଥିଲେ । ନୂଆଁଖାଇ ଉପଲକ୍ଷେ ସହରର ଭକ୍ତମାନଙ୍କର ସ୍ୱତନ୍ତ୍ର ନବାନ୍ନ ଅର୍ପଣ କରାହୋଇଥିଲା । ଏକ ହଜାରରୁ ଅଧିକ ନବାହ୍ନ ଅର୍ପଣ କରାହୋଇଥିଲା । ଏହି ଅବସରରେ ଏକ ନୂଆଁଖାଇ ଜୁହାରର ସେଲ୍ଫି ପଏଣ୍ଟ କରାଯାଇଥିଲା । ମାଁଙ୍କୁ ଦର୍ଶନ କରି ସେଲ୍ଫି ପଏଣ୍ଟରେ ଭକ୍ତଙ୍କ ଗହଳି ଲାଗି ରହିଥିଲା ।

Leave A Reply

Your email address will not be published.