om academy

ଦେଶୀମଦ ଜବତ : ୧ ଗିରଫ

jsm

ବୀରମହାରାଜପୁର : ବୀରମହାରାଜପୁର ଅବକାରୀ ବିଭାଗ ତରଫରୁ ବେଆଇନ ରନ୍ଧା ଦେଶୀ ମଦ ଚାଲାଣ କରୁଥିବା ସମୟରେ ମଦ ସହ ବାଇକ ଜବତ ହୋଇଥିବା ବେଳେ ମଦବେପାରୀକୁ ଗିରଫ କରିଛି । ପ୍ରାପ୍ତ ସୂଚନା ଅନୁସାରେ ଅବକାରୀ ବିଭାଗ ତରଫରୁ ମୃଷୁଣ୍ଢି ପଂଚାୟତର ଭୁତିଆପାଲି ରାସ୍ତାରେ ଗୋଟିଏ ବାଇକରେ ଦେଶୀ ରନ୍ଧା ମଦ ନେଇ ଯାଉଥିବା ସମୟରେ ଅବକାରୀ ବିଭାଗ ପୂର୍ବରୁ ସୂଚନା ପାଇ ମଦବେପାରୀକୁ କାବୁ କରିଥିଲେ । ମଦ ବେପାରୀ କୃଷ୍ଣଚନ୍ଦ୍ର ବାରିକଙ୍କୁ ରାସ୍ତାରେ ଅଟକେଇ ତାଙ୍କ ନିକଟରୁ ମଦ ବୋଝେଇ କରିନେଉଥିବା ବାଇକ ସହ ୧୫ ଲିଟର ଦେଶୀ ରନ୍ଧାମଦ ଜବତ କରିଥିଲେ । ବେପାରି କୃଷ୍ଣଚନ୍ଦ୍ରକୁ ଅବକାରୀ ବିଭାଗ କର୍ମଚାରୀମାନେ ଗିରଫ କରିଥିଲେ । ଚଢାଉରେ ଅବକାରୀ ଏସଆଇ ସୁମିତ୍ରା ହେମ୍ବ୍ରମ, ଏଏସ୍‌ଆଇ ବନମାଳି ରଣା, ଚିତ୍ତରଞ୍ଜନ ଦାସ, ନମିତା ବାଦି, ଭାଗ୍ୟବାନ କୁମ୍ଭାର ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.