oom

କୁଶପାଲିରେ ଅବକାରୀ ବିଭାଗ ଦ୍ୱାରା ଚଢଉ : ୩୪ ଲିଟର ଦେଶୀ ମଦ ଜବତ, ଜଣେ ମହିଳା ଏବଂ ପୁରୁଷ କୋର୍ଟ ଚାଲାଣ

jsmm

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ହଲନଭଟା ପଂଚାୟତ ଅଧିନସ୍ଥ କୁଶପାଲି ଗ୍ରାମରେ ମଙ୍ଗଳବାର ଦିନ ଅବକାରୀ ବିଭାଗ ଦ୍ୱାରା ଅଚାନକ ଚଢାଉ ହୋଇଥିଲା । ଚଢାଉ ବେଳେ ବେଆଇନ ଭାବେ ମଦ ବିକ୍ରି କରୁଥିବା ଜଣେ ମହିଳା ଏବଂ ପୁରୁଷଙ୍କଠାରୁ ମଦ ଜବତ କରି କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଂଜୁର ହେବାରୁ ଦୁଇ ଜଣଙ୍କ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଯାଇଛି । ମିଳିଥିବା ସୂଚନା ଅନୁସାରେ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ବଲାଙ୍ଗିର ଜିଲ୍ଲାପାଳ ଏବଂ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ କୁଶପାଲି ଗ୍ରାମରେ ଚଢଉ ବେଳେ ମୁକୁନ୍ଦ ମାଝିଙ୍କଠାରୁ ୧୮ ଲିଟର ଏବଂ ସଜମନି ମାଝିଙ୍କଠାରୁ ୧୬ ଲିଟର ଦେଶୀ ମଦ ବେଆଇନ ଭାବେ ମହଜୁଦ ଥିବା ଅବକାରୀ ବିଭାଗ ଜବତ କରିଛି । କଂଟାବାଂଜି ଅବକାରୀ କେସ ନଂ.୧୬୫/୨୦୨୩-୨୪ ରୁଜୁ କରି ସ୍ଥାନୀୟ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଂଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଏହି ଚଢାଉରେ କଂଟାବାଂଜି ଅବକାରୀ ଥାନା ଅଧିକାରୀ ପ୍ରବୀଣ କୁମାର ସାହୁ, ଏଏସ୍‌ଆଇ ଆର୍ତତ୍ରାଣ ବୋହିଦାର, କନେଷ୍ଟେବଳ ମମତା ବେହେରା, ଦେବାର୍ଚ୍ଚନ ଭୁଏ, ରଂଜନ ମିଶ୍ର ଏବଂ ଆଶିଷ ପଟେଲ ସାମିଲ ଥିଲେ।

jittmm
Leave A Reply

Your email address will not be published.