ଦେଓଗାଁ ରାଏପାଲି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ସାମ୍ବାଦିକଙ୍କ ସମେତ ୩ ଗୁରୁତର

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ରାଏପାଲି ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ସାମ୍ବାଦିକଙ୍କ ସମେତ ୩ ଜଣ ଗୁରୁତର ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି ଭୋର୍‌ରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ୩ ଜଣ କାର୍‌ ଯୋଗେ ଭୁବନେଶ୍ୱର ଯାଉଥିଲେ । ହେଲେ ରାଏପାଲି ଛକ ନିକଟରେ କାର୍‌ଟି ଅନ୍ୟ ଏକ କାର ସହ ମୁହଁମୁହିଁ ଧକ୍କା ହୋଇଥିଲା । ଫଳରେ ୩ ଜଣ ଆହତ ହୋଇଥିଲେ । ଆହତ ୩ ଜଣ ହେଉଛନ୍ତି ଚିତରଞ୍ଜନ ବିଶି, ଭାରତ ବିଶି ଓ ବୁଦ୍ଧଦେବ ମହାପାତ୍ର ବୋଲି ସୂଚନା ମିଲିଛି । ତେବେ ଏମାନଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ବୋଲି ଜଣାପଡିଛି । ସମସ୍ତ ଆହତଙ୍କୁ ଦେଓଗାଁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରି ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

Leave A Reply

Your email address will not be published.