ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ସ୍ଥିତ ବିଜୟାନନ୍ଦ ସମବାୟ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଭିଲେଜର୍ସ ପାର୍ଟି ଅଫ ଇଣ୍ଡିଆ, ପଞ୍ଚିମ ଓଡ଼ିଶା ସେବା ସଂଘ, ବିଜୟାନନ୍ଦ ଚିନିକଳ କର୍ମଚାରୀ ସଂଘ, ଆଦିବାସୀ ଅଧିକାର ମହାସଂଘ ପକ୍ଷରୁ ବୁଧବାର ୧୧ଟା ସମୟରେ ଚିନିକଳ ସମ୍ମୁଖରେ ଧାରଣା ଦେବା ସହ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଭିଆଇପି ସଭାପତି ଡ. ବିପିନ କୁଶଳିଆ ଦାବୀ କରିଛନ୍ତି ଯେ, ଶିଳ୍ପ ବିହୀନ ବଲାଙ୍ଗିର ଜିଳ୍ଲାରେ ଥିବା ଏକମାତ୍ର ଚିନିକଳ ଗତ ୨୦୧୪ରୁ ବନ୍ଦ ହୋଇଛି । ଏହା ଫଳରେ କେବଳ ଅଭିଭକ୍ତ ବଲାଙ୍ଗିର ଜିଲ୍ଲା ନୁହେଁ କଳାହାଣ୍ଡି ଫୁଲବାଣୀ ଜିଲ୍ଲାର ଚାଷୀମାନେ ନିଜର ଗୁରୁରାଣ ହରାଇଛନ୍ତି । କେବଳ ଚାଷୀ ନୁହନ୍ତି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲାଭ ପାଉଥିବା ୧୦ହଜାର ବେସାହାରା ହୋଇଛନ୍ତି । ତେଣୁ ସରକାର ତୁରନ୍ତ ଚିନିକଳ ଚାଲୁ କରିବା ପାଇଁ ଦାବୀ କରିଛନ୍ତି । ଏଡି ଧାରଣାରେ ଭିଆଇପି ପାର୍ଟି ଅଧ୍ୟକ୍ଷ ଡ. ବିପିନ କୁଶଳିଆ ସହ ପଶ୍ଚିମ ଓଡ଼ିଶା ସେବା ସଂଘର ରାଜେଶ ବଗର୍ତ୍ତି, ଆଦିବାସୀ ଅଧିକାର ମହାସଂଘ ଦ୍ୱିଜ ଦଳପତି ପ୍ରମୁଖ ଧାରଣାର ନେତୃତ୍ୟ ନେଇଥିଲେ ।