ମୋଷ୍ଟ ୱାଣ୍ଟେଡ ଶ୍ରୀପତିକୁ ଗିରଫ କରି ଡେମୋ ଦେଖାଇଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୫ ତାରିଖରେ ଶାସ୍ତ୍ରୀ ନଗରଠାରେ କିଛି ଦୁର୍ବୃତ୍ତ ବଲାଙ୍ଗିରର ଜଣେ ଜଣାଶୁଣା ବ୍ୟବସାୟୀ ଭବାନୀ ଦୀପଙ୍କ ଘରେ ପଶି ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ତେବେ ବଲାଙ୍ଗିର ପୋଲିସ ଏହି ଘଟଣାର ତଦନ୍ତ କରି ଘଟଣାରେ ସଂପୃକ୍ତ କିଛି ଦୁର୍ବୃତ୍ତଙ୍କୁ ଗିରଫ କରିଥିବା ବେଳେ ଆଜି ମଧ୍ୟ ଏହି ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତଥା ମୋଷ୍ଟ ୱାଣ୍ଟେଡ ଶ୍ରୀପତି ସିଂକୁ ଆଜି ଗିରଫ କରିଛି । ଗିରଫ ପରେ ଅଭିଯୁକ୍ତ ଶ୍ରୀପତିକୁ ନେଇ ଗତ ୧୫ ତାରିଖରେ ହୋଇଥିବା ଘଟଣାର ସିନ୍‌ରିକ୍ରିଏସନ କରିଛି ବଲାଙ୍ଗିର ଟାଉନ ପୋଲିସ ।

Leave A Reply

Your email address will not be published.