ଡେଲାଙ୍ଗରେ ଅମୃତ କଳସ ଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ସାଂସ୍କୃତିକ ଅନୁଷ୍ଠାନ ନାଟ୍ୟ ଚେତନା, ଭୁବନେଶ୍ୱର ଓ ଏନସିଡ଼ି, ନୂଆଦିଲ୍ଲୀ ଆନୁକୂଲ୍ୟରେ, ଜିଲ୍ଲା ପ୍ରଶାସନ ମାଧ୍ୟମରେ ଗୋପବନ୍ଧୁଙ୍କ ଜନ୍ମଦିନ ପାଳନ ଓ ଦେଶ ପ୍ରେମ ଜାଗରଣ ଉଦ୍ଦେଶ୍ୟରେ ହେଉଥିବା ଅମୃତ କଳସଯାତ୍ରାରେ ସାମିଲ ହେବା ସହ ଏକ ନାଟକ ପରିବେଷଣ ଓ ମାଟି ସଂଗ୍ରହ କାର୍ଯ୍ୟକ୍ରମ ଗୁରୁବାର ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବ୍ଲକ ଅଧକ୍ଷା ବାସନ୍ତୀ ସାହୁ ଓ ବିଡ଼ିଓ ଲାବଣ୍ୟେନ୍ଦୁ ମହାନ୍ତି ଝାଞ୍ଜ ବଜାଇ କାର୍ଯ୍ୟକ୍ରମଟିକୁ ଉଦଘାଟନ ଓ ପରେ କଳସରେ ମାଟି ଦାନ କରିଥିଲେ । ଏଥିସହିତ ଅନୁଷ୍ଠାନ ପକ୍ଷରୁ ଗୋପବନ୍ଧୁଙ୍କ ଜୀବନର ତ୍ୟାଗ ଓ ତାଙ୍କ ଦେଶ ପ୍ରେମକୁ ନେଇ ନାଟ୍ୟକାର ଓ ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକଙ୍କ ଏକ ଛୋଟ ନାଟକ “ସୁଅ ସଦାବେଳେ ସ୍ୱାଧୀନ” ପରିବେଷଣ କରାଯାଇଥିଲା । କର୍ମକର୍ତ୍ତାଙ୍କ ଆକର୍ଷଣୀୟ ନାଟକ ପରିବେଷଣ ଦର୍ଶକମାନଙ୍କ ମନରେ ଦେଶ ପ୍ରେମର ଭାବ ଜାଗ୍ରତ କରିଥିଲା । କାର୍ଯ୍ୟକ୍ରମରେ ଡେଲାଙ୍ଗ ବ୍ଲକ ଅଧକ୍ଷା ବାସନ୍ତୀ ସାହୁ, ବିଡ଼ିଓ ଲାବଣ୍ୟେନ୍ଦୁ ମହାନ୍ତି, ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ଏବିଡ଼ିଓ ପ୍ରଦୀପ୍ତ କୁମାର ନାୟକ, ସିଡିପିଓ ଜାପାନୀ କୁମାରୀ ମିତ୍ର, ଜିପିଓ ରତିକାନ୍ତ ସାହୁ, ବିଏସଏସଓ ତପନ କୁମାର ଦାଶ, ଏମଆଇ ଅକ୍ଷୟ କୁମାର ସେଠି, ମୁଖ୍ୟ କିରାଣୀ ଆଶିଷ କୁମାର ପାତ୍ର,ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ , ମିଶନ ଶକ୍ତି ମହିଳା କର୍ମକର୍ତ୍ତା, ସଦସ୍ୟା ସମେତ ସମସ୍ତ ବ୍ଲକ ଷ୍ଟାଫ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ଶେଷରେ ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.