ଡେଲାଙ୍ଗ ବ୍ଲକରେ ନାଏବ ସରପଞ୍ଚ ନିର୍ବାଚନ : ୬ ପଞ୍ଚାୟତରେ ପ୍ରତିଦ୍ୱନ୍ଦ୍ୱିତା, ୧୫ ନିର୍ଦ୍ୱନ୍ଦରେ ନିର୍ବାଚିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ୨୧ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଶୁକ୍ରବାର ଅନୁଷ୍ଠିତ ନାଏବ ସରପଞ୍ଚ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ସମ୍ପୂର୍ଣ୍ଣ ହୋଇଛି । ନିର୍ବାଚନ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ୧୫ଟି ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ୬ଟି ପଞ୍ଚାୟତରେ ନାଏବ ସରପଞ୍ଚ ପାଇଁ ଭୋଟ ଗ୍ରହଣ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ଚାଇଁପୁର ପଞ୍ଚାୟତରେ ବିଷ୍ଣୁ ବେହେରା, ଗଡ଼ମୋଟରିରେ ଶୋଭା ନାୟକ, ଗୋଡ଼ିପୁଟମାଟିଆପଡ଼ାରେ ନମିତା ବରାଳ, ସୁଜନପୁରରେ ପିଙ୍କି ଦାଶ, ରେଙ୍ଗଳରେ ସୁଷମା ଜେନା, ହରିରାଜପୁରରେ ପ୍ରଫୁଲ୍ଲ ବଳିୟାରସିଂହ, ଡେଲାଙ୍ଗ-କୋଠବାଡ଼ରେ ନଳିନୀ ସ୍ୱାଇଁ, ଘନିପୁରରେ କାମିନୀ ରାଉତରାୟ, କଲ୍ୟାଣପୁରରେ ନମିତା ଜେନା, ଖେଲୋଉରରେ ଶଶିଭୂଷଣ ମଳ୍ଲିକ, ଅଭୟମୁଖୀରେ ବାସୁଦେବ ପ୍ରଧାନ, ଧାନକେରାରେ ଶଚିକାନ୍ତ ସ୍ୱାଇଁ, ବେରବୋଇରେ ପ୍ରତିମା ସ୍ୱାଇଁ, ଶ୍ରୀପୁରୁଷୋତ୍ତପୁରରେ ରଶ୍ମିରଞ୍ଜନ ମହାପାତ୍ର ଓ ଜେନାପୁରରେ ଲୋପାମୁଦ୍ରା ବେହେରା ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ସିଂହବ୍ରହ୍ମପୁର ପଞ୍ଚାୟତରେ ଜଗନ୍ନାଥ ପ୍ରଧାନ, ଅରିଶଲରେ କିଶୋର ସାମନ୍ତରାୟ, ମୁନିନ୍ଦାରେ ସତ୍ୟଭାମା ପ୍ରଧାନ, ସାଉରିଆରେ ସୂର୍ଯ୍ୟଲକ୍ଷ୍ମୀ ଜେନା, ରେଞ୍ଚରେ ପ୍ରମିଳା ମଲ୍ଲିକ, ଗୁଆଳିପଡ଼ାରେ ବବିତା ପ୍ରଧାନ ନାଏବ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ସିଂହବ୍ରହ୍ମପୁର ପଞ୍ଚାୟତରେ ଦୁଇଜଣ ଯାକ ପ୍ରତିଦ୍ୱନ୍ଦ୍ୱି ୭ଟି ଲେଖାଏଁ ଭୋଟ ପାଇଥିବାରୁ ଧର୍ମଗୁଳା ମାଧ୍ୟମରେ ଜଗନ୍ନାଥ ପ୍ରଧାନଙ୍କୁ ନିର୍ବାଚିତ ଘୋଷଣା କରାଯାଇଥିଲା । ଥାନାଧିକାରୀ ଅନିଲ କୁମାର ମହାନ୍ତି ସଦଳବଳ ଉପସ୍ଥିତ ରହି ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ପଞ୍ଚାୟତ କାର୍ଯ୍ୟାଳୟରେ ପୁଲିସ ମୁତୟନ ପୂର୍ବକ ଶାନ୍ତିଶୃଙ୍ଖଳା ଦାୟିତ୍ୱ ତୁଲାଇଥିଲେ । ଡେଲାଙ୍ଗ-କୋଠବାଡ଼ ପଞ୍ଚାୟତ ନବନିର୍ବାଚିତ ସରପଞ୍ଚ ଦୀପକ କୁମାର ସାହୁ, ନିର୍ବାଚିତ ନାଏବ ସରପଞ୍ଚ ନଳିନୀ ସ୍ୱାଇଁ, ସମସ୍ତ ୱାର୍ଡ଼ ସଭ୍ୟ ଓ ନବନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ ସାହୁ ପ୍ରମୁଖ ଡେଲାଙ୍ଗ ହାଟ ବଜାର ପରିକ୍ରମା କରି ଜନସାଧାରଣଙ୍କଠାରୁ ଆଶୀର୍ବାଦ କାମନା କରିଥିଲେ ।

Leave A Reply

Your email address will not be published.