ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି ଡ୍ରାଇଭର୍ଙ୍କ ଷ୍ଟିୟରିଂ ଛାଡ଼୍ ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ ନୂଆ ହିଟ୍ ଆଣ୍ଡ ରନ୍ ଆଇନ୍କୁ ବିରୋଧ କରି ସାରା ଦେଶରେ ଡ୍ରାଇଭରମାନେ ଷ୍ଟିୟରିଂ ଛାଡ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଯାତ୍ରୀମାନଙ୍କ ଗମନାଗମନ ସହ ମାଲ ପରିବହନ ବିଶେଷ ଭାବରେ ବାଧାପ୍ରାପ୍ତ ହୋଇଛି । ଫଳରେ ବଲାଙ୍ଗିର ସହରର ପେଟ୍ରୋଲ ପମ୍ପଗୁଡିକୁ ପେଟ୍ରୋଲ ଆସି ପାରୁନଥିବା ଦେଖିବାକୁ ମିଳିଛି । ଏଣୁ ସହରର ପ୍ରତ୍ୟେକ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଅଭାବ ହେବାକୁ ବସିଲାଣି । ପ୍ରତ୍ୟେକ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ଲମ୍ବା ଲାଇନ୍ ଲାଗିଥିବା ବେଳେ ପେଟ୍ରୋଲ ଅଭାବ ଦେଖାଦେଲାଣି । ଅନ୍ୟପଟେ ସରକାରଙ୍କ ନୂଆ ହିଟ୍ ଆଣ୍ଡ ରନ୍ ଆଇନ ପ୍ରତ୍ୟାହାର ଦାବୀରେ ଅଡି ବସିଛନ୍ତି ଡ୍ରାଇଭର୍ମାନେ ।