ସାନଖେମୁଣ୍ଡି ବିଧାୟକଙ୍କ ସୁରକ୍ଷା କର୍ମୀଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନିକଟରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟରତ ଥିବା ପି.ଏସ୍.ଓ. ସୁରେନ୍ଦ୍ର ବାର୍ଲାଙ୍କ ଅକାଳ ବିୟୋଗ ହୋଇଯାଇଛି । ସେ ଗତ ଦୁଇ ଦିନ ତଳେ ସ୍ୱାସ୍ଥ୍ୟଗତ କାରଣରୁ ନିଜ ଗାଁକୁ ସୁନ୍ଦରଗଡ ଜିଲ୍ଲା ଯାଇଥିବା ବେଳେ ଗତକାଲି ସେ ସକାଳ ସମୟରେ ଦନ୍ତା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ଏହି ଦୁଃଖଦ ସମାଚାର ଶୁଣି ବିଧାୟକ ରମେଶ ଜେନା ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ତାଙ୍କରି ଆତ୍ମାଙ୍କ ଶାନ୍ତି ଯାପନ ହେବା ନିମିତ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.