oom

ଧର୍ମପରାୟଣ ବ୍ୟକ୍ତି ସମାଜସେବୀ ନରେନ୍ଦ୍ର କୁମାର ପଟ୍ଟନାୟକଙ୍କ ଦେହାନ୍ତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମାଟିଖାଲ ସ୍ଥିତ ଆଇଆରଇ ଜଗନ୍ନାଥ ମନ୍ଦିର କଲୋନୀ ବାସିନ୍ଦା ଧର୍ମପରାୟଣ ବ୍ୟକ୍ତି ସମାଜସେବୀ ନରେନ୍ଦ୍ର କୁମାର ପଟ୍ଟନାୟକ(୬୫)ଙ୍କ ଇତିମଧ୍ୟରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପତ୍ନୀ, ଗୋଟିଏ ପୁଅ ଓ ଝିଅ, ନାତି, ନାତୁଣୀ, ବନ୍ଧୁବର୍ଗ ଉପସ୍ଥିତ ଥିଲେ ।

ସେ ଜଣେ ପରୋପକାରୀ, ଶ୍ରୀ ଜଗନ୍ନାଥ ମନ୍ଦିରର ଜଣେ ଆଜୀବନ ସଦସ୍ୟ ଥିଲେ । ଆଇଆରଇ କମ୍ପାନୀର ଜଣେ ଅବସରପ୍ରାପ୍ତ କର୍ମଚାରୀ ଅଟନ୍ତି । ସେ ଜଣେ ସ୍ଥାନୀୟ ଅଞ୍ଚଳର ଖୁବ୍‌ ମେଳାପି ବ୍ୟକ୍ତି ଭାବେ ପରିଚିତ ଥିଲେ । ତାହାଙ୍କ ଅକାଳ ବିୟୋଗରେ ଏହି ଅଞ୍ଚଳରେ ସଭିଙ୍କୁ ମର୍ମାହତ କରିଦେଇଛି । ତାହାଙ୍କ ବିୟୋଗରେ ଆଇଆରଇ ଏମ୍ପ୍ଲୟୀଷ୍ଟାଫ ତଥା ଶ୍ରୀ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ସଭାପତି ସି.ଭି.ଆର.ମୂର୍ତ୍ତି, ପି.କେ.ରାଉତ, ଦୈତାରୀ ସେଠୀ, ହୃଷିକେଶ ଆଚାର୍ଯ୍ୟ, ଚିତ୍ତରଞ୍ଜନ ପାଳ, ଚନ୍ଦ୍ରକାନ୍ତ ଧଳ, ତାପସ କୁମାର ଧୀର, ଡି.ପି.ଆର.ବି. ମହାନ୍ତି ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ତାଙ୍କର ଆତ୍ମାର ସଦଗତି କାମନା କରିଛନ୍ତି । ତାଙ୍କର ଚତୁର୍ଦ୍ଦଶାହ ଦିବସ ଅବସରରେ ଶୁକ୍ରବାର ଆଇଆରଇ ଜଗନ୍ନାଥ ମନ୍ଦିର ପରିସରରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା । କମିଟି ପକ୍ଷରୁ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଛି ।

jittmm
Leave A Reply

Your email address will not be published.