ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର କରଣ ସାହିର ସରସ୍ଵତୀ ବହିଦାରଙ୍କ ଗତକାଲି ରାତିରେ ନିଜ ବାସଭବନରେ ୮୬ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । କିଛି ବର୍ଷ ପୂର୍ବରୁ ସେ ତାଙ୍କ ସ୍ୱାମୀଙ୍କୁ ହରାଇଥିଲେ । ସ୍ୱର୍ଗତା ବହିଦାର କିଛି ବର୍ଷ ଧରି ଅସୁସ୍ଥ ଥିବା ବେଳେ ଗତକାଲି ତାଙ୍କର ଦେହାନ୍ତ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣା, ପରୋପକାରୀ ଓ ମିଷ୍ଟ ଭାଷିଣୀ ମହିଳା ଥିଲେ । ସେ ତାଙ୍କ ପଛରେ ପରିବାର ତଥା ଆତ୍ମୀୟ ସ୍ୱଜନଙ୍କୁ ଛାଡି ଯାଇଛନ୍ତି । ସ୍ଥାନୀୟ ସ୍ୱର୍ଗଦ୍ୱାରରେ ଆଜି ସକାଳେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି । ତାଙ୍କର ପୁତୁରା ଶ୍ରୀକାନ୍ତ ବହିଦାର ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ସହରରେ ଶୋକର ଛାୟା ଖେଳି ଯାଇଛି ।
Prev Post
Next Post