ସଇଁନ୍ତଲା ବ୍ଲକ୍‌ କାର୍ଯ୍ୟାଳୟର ସପ୍ଲାଏ ଇନ୍ସପେକ୍ଟର ନଳିନୀକାନ୍ତ ପାଲଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ୍‌ କାର୍ଯ୍ୟାଳୟର ସପ୍ଲାଏ ଇନ୍ସପେକ୍ଟର ନଳିନୀକାନ୍ତ ପାଲ(୪୫)ଙ୍କ ଗତ ରାତି ୭ଟା ସମୟରେ ସ୍ଥାନୀୟ ଭୀମଭୋଇ ମେଡ଼ିକାଲ କଲେଜ୍‌ ଓ ହସ୍‌ପିଟାଲ୍‌ରେ ହୃଦ୍‌ଘାତରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମୟୁରଭଂଜ ଜିଲ୍ଲାର ମୂଳ ବାସିନ୍ଦା ସପ୍ଲାଏ ଇନ୍ସପେକ୍ଟର ଶ୍ରୀ ପାଲ ତାଙ୍କ ଧର୍ମପତ୍ନୀଙ୍କ ସହ ଗୋଟିଏ ଝିଅ ଓ ଗୋଟିଏ ପୁଅକୁ ଛାଡ଼ି ଯାଇଛନ୍ତି । ତାଙ୍କ ବିୟୋଗରେ ସଇଁନ୍ତଲା ବ୍ଲକ୍‌ କାର୍ଯ୍ୟାଳୟର କର୍ମଚାରୀଙ୍କ ମହଲରେ ତଥା ତାଙ୍କ ନିଜ ଗାଁରେ ଦୁଃଖର ଲହରି ଖେଳି ଯାଇଛି ।

Leave A Reply

Your email address will not be published.