centurian jitm

ଧର୍ମପରାୟଣା ମହିଳା ଶାନ୍ତି ପଣ୍ଡାଙ୍କ ଦେହାନ୍ତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସମାଜସେବୀ ସ୍ୱର୍ଗତ ତାରକେଶ୍ୱର ପଣ୍ଡାଙ୍କ ମାଆ ଶାନ୍ତି ପଣ୍ଡା (୮୮) ଛତ୍ରପୁର ସ୍ଥିତ ନିଜ ବାସ ଭବନରେ ମଙ୍ଗଳବାର ପ୍ରାତଃ ସମୟରେ ଇହଧାମ ତ୍ୟାଗ କରିଛନ୍ତି । ସେ ଜଣେ ମେଳାପୀ, ସ୍ନେହୀ, ଧର୍ମପରାୟଣା, ପରୋପକାରୀ ମହିଳା ଥିଲେ । ଶେଷ ନିଃଶ୍ୱାସ ବେଳକୁ ତାଙ୍କରି ନାତି ଯୁବ ସମାଜସେବୀ ତଥା ମା’ ରାମଚଣ୍ଡୀ ମନ୍ଦିର କମିଟିର ପୁରୋଧା କମଳ ପଣ୍ଡା, ଯୁବ ସମାଜସେବୀ ବିମଳ ପଣ୍ଡା, ପୁତ୍ରବଧୂ, ନାତୁଣୀ-ବୋହୂ ଓ ଦୁଇ ଝିଅ ନାତି ନାତୁଣୀ ଓ ଅନ୍ୟ ପରିବାର ବନ୍ଧୁବର୍ଗ ପ୍ରମୁଖ ସମସ୍ତେ ଉପସ୍ଥିତ ଥିଲେ । ଛତ୍ରପୁରର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ପହଞ୍ଚି ସ୍ୱର୍ଗତ ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସାଂଗକୁ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ସହର ଓ ଆଖପାଖ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ତାହାଙ୍କ ଶେଷ ଦର୍ଶନ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ଶେଷରେ ଧର୍ମପରାୟଣ ମହିଳା ଶାନ୍ତି ପଣ୍ଡାଙ୍କ ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗଦ୍ୱାର ଠାରେ ସମ୍ପନ୍ନ କରାଯାଇଥିଲା ।

Leave A Reply

Your email address will not be published.