ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଝିଅ ସୁଜାତାର ଦେହାନ୍ତ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମପଞ୍ଚାୟତ ଅଧିନସ୍ଥ ନୟାପାଲି ଗ୍ରାମର ଅବସରପ୍ରାପ୍ତ ସ୍ଥଳସେନା ଅଧିକାରୀ କାଳିଚରଣ ଦାସଙ୍କ ସାନ ଝିଅ ସୁଜାତା ଦାସ ଆଜି ଅପରାହ୍ନ ୩.୨୦ ମିନିଟ୍ ସମୟରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁବେଳକୁ ସୁଜାତାଙ୍କୁ ୩୬ ବର୍ଷ ହୋଇଥିଲା । ସୁଜାତା ଜଣେ ବିକଳାଙ୍ଗ ଯୁବତୀ ଥିଲେ । ସୁଜାତାଙ୍କ ବିୟୋଗରେ ନୟାପାଲି ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ସୁଜାତାଙ୍କ ବିୟୋଗ ଖବର ଶୁଣି ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ଉପାଧ୍ୟକ୍ଷା ମିନାରାଣୀ ସାସମଲ, ଖରିଦପିପଳ ଗ୍ରାମପଞ୍ଚାୟତ ସରପଞ୍ଚ ମଞ୍ଜୁରାଣୀ ବେହେରା, ସମିତି ସଦସ୍ୟା ବିନତୀ ସାହୁ, ପ୍ରାକ୍ତନ ଜିଲ୍ଲାପରିଷଦ ସଦସ୍ୟ ହେମନ୍ତ ବେହେରା, ସମବାୟ ସମିତିର ପ୍ରାକ୍ତନ ସଭାପତି ଆଶୁତୋଷ ମହାନ୍ତି ପ୍ରମୁଖ ଶୋକ ପ୍ରକାଶ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସୁଜାତାଙ୍କ ବିୟୋଗରେ ନୟାପାଲି ଗ୍ରାମ ସଭାପତି ତରୁଣକାନ୍ତି ପାତ୍ର , ଅବସରପ୍ରାପ୍ତ ସେନାଧିକାରୀ ସତ୍ୟବାଦୀ ପାତ୍ର, ପ୍ରାକ୍ତନ ଗ୍ରାମ ସଭାପତି ହରିଶ ଚନ୍ଦ୍ର ଦାସ, ସମାଜସେବୀ ଗିରିଶ ଚନ୍ଦ୍ର ପାତ୍ର, ହେମନ୍ତ ପାତ୍ର, ଶୁଭେନ୍ଦୁ ବିକାଶ ପାତ୍ର , ସୁମନ ପାତ୍ର , ବଳରାମ ପାତ୍ର, ଖଗେନ୍ଦ୍ର ପାତ୍ର, ମୃତ୍ୟୁଞ୍ଜୟ ଦେ, ପଦ୍ମନାଭ ଦେ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସୁଜାତାଙ୍କ ମର ଶରୀର ଗୋଆଶୁଳ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବାବେଳେ ସାନ ଭାଇ ସୂର୍ଯ୍ୟକାନ୍ତ, କମଳାକାନ୍ତ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.