ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟରେ ଘରେ ଘରେ ସୁଭଦ୍ରା ଯୋଜନା ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଘରେ ଘରେ ସୁଭଦ୍ରା କାର୍ଯ୍ୟକ୍ରମ ନାରୀ ସଶକ୍ତିକରଣ ପାଇଁ ଏକ ଅଭିନବ ପଦକ୍ଷେପ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ନାୟକ ଅଧ୍ୟକ୍ଷତା କରି ନାରୀ ସଶକ୍ତିକରଣ ଉପରେ ଆଲୋକପାତ କରି ଘରେ ଘରେ ସୁଭଦ୍ରା ଯୋଜନା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପକ ଭ୍ରୀଙ୍ଗରାଜ ରଣା ସଭା ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରଚନା ଲିଖନ ପ୍ରତିଯୋଗୀତା, ବକ୍ତୃତା ପ୍ରତିଯୋଗୀତା, ଚିତ୍ରାଙ୍କନ ପ୍ରତିଯୋଗିତା, ରଙ୍ଗୋଲି ପ୍ରତିଯୋଗିତା ଓ ଚିତ୍ର ଉତ୍ତୋଳନ ଆଦି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ୧୨ ଟି ବିଭାଗର ସମସ୍ତ ଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । କୃତି ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅଧ୍ୟାପକ ଦିଲ୍ଲୀପ କୁମାର ପଶାୟତ, ଭ୍ରୀଙ୍ଗରାଜ ରଣା, ଘନଶ୍ୟାମ ଖମାରୀ, ସୋମେଶ ଦତ୍ତ ହୋତା, ଛନ୍ଦାଚରଣ ଖୁଣ୍ଟିଆ, ସରିତା ରଣା, ଫାଲଗୁନୀ ଦାସ, ଯଶୋସ୍ମିତା ବେହେରା, ମିରାବାଇ ଗଡ଼ତିଆ, ଶୈଳିକା ନାୟକ ଓ ଅନ୍ୟାନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ ସହଯୋଗ କରିଥିଲେ । ପରିଶେଷରେ ଇତିହାସ ବିଭାଗର ଅଧ୍ୟାପକ ଗୁଣସାଗର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.