ଜରାସିଂହା ଶାଶ୍ଵତ ଡିଗ୍ରୀ ମହାବିଦ୍ୟାଳୟରେ ବନମହୋତ୍ସବ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍‌ ଜରାସିଂହା ଶାଶ୍ଵତ ଡିଗ୍ରୀ ମହାବିଦ୍ୟାଳୟ ଶୁକ୍ରବାର ଦିନ ବନମହୋତ୍ସବ ପାଳିତ ହୋଇଯାଇଛି । ମହା ବିଦ୍ୟାଳୟର ଜାତୀୟ ସେବା ଯୋଜନା ଦ୍ଵାରା ପରିଚାଳିତ । ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ମହା ବିଦ୍ୟାଳୟର ସଭାପତି କୁମାର ଷାଣ୍ଢ ଯୋଗ ଦେଇ ବୃକ୍ଷରୋପଣ ଉପରେ ଦିଗଦର୍ଶନ ଦେଇ ବୃକ୍ଷରୋପଣ କରିବାକୁ ଉତ୍ସାହିତ କରିଥିଲେ । କଲେଜର ମହୋତ୍ସବର ଅଧ୍ୟକ୍ଷ ପୁରୁଷୋତ୍ତମ ମେହେର ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ । ଓଡ଼ିଆ ଅଧ୍ୟାପକ ବିଷ୍ଣୁ ଚରଣ ସାହୁ ସଂଯୋଜନା କରି ଅତିଥି ପରିଚୟ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସୁରେଶ ଚନ୍ଦ୍ର ବାରିକ, ଜଗଦୀଶ ସିଂ ବାବୁ, ବ୍ୟାସଦେବ ଦଣ୍ଡସେନା, ସଂଗୀତା ମେହେର, ସଂଗୀତା ପ୍ରଧାନ, ବିନ୍ଦୁ ସାଗର ବେହେରା, ନଳିନୀ କଣ୍ଟା ପ୍ରଧାନ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ଦ୍ଵାରା କଲେଜ ପରିସରରେ ବୃକ୍ଷରୋପଣ କରିଥିଲେ । ଶେଷରେ ଅଧ୍ୟାପକ ଶ୍ରୀନିବାସ ଗଡ଼ତ୍ୟା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.