oom

ବେଲଖଣ୍ଡି ପଂଚାୟତ ଡିଗ୍ରୀ ମହାବିଦ୍ୟାଳୟରେ ରୌପ୍ୟ ଜୟନ୍ତୀ ସମାରୋହ

jsmm

କେସିଙ୍ଗା, (ଖୁସି ରାନୀ ସାହୁ ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବେଲଖଣ୍ଡି ପଂଚାୟତ ଡିଗ୍ରୀ ମହାବିଦ୍ୟାଳୟଠାରେ ରୌପ୍ୟ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମ ଦ୍ୱିତୀୟ ଦିନରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଦୁର୍ଯ୍ୟୋଧନ ଦାସଙ୍କ ଅଧ୍ୟକ୍ଷତା କଲେଜର ୨୫ ବର୍ଷ ପୂର୍ତ୍ତି ଅବସରରେ ଏହି ଜୟନ୍ତୀ ସମାରୋହ ଆୟୋଜିତ ହୋଇଥିବା ହୋଇଯାଇଛି । ଏହି ଅବସରରେ ନିବେଦିତା ନାଥ ଓ କଳାହାଣ୍ଡି ଜିଲ୍ଲା ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡା ମୁଖ୍ୟ ଅତିଥି, ପ୍ରଫୁଲ୍ଲ କୁମାର ମହାପାତ୍ର, ଯୋଗାବ୍ୟାସ ଭୋଇ, ରିସିଡା କଲେଜ ଅଧ୍ୟକ୍ଷ ଗଦାଧର ପଧାନ, ରୋପ୍ୟ ଜୟନ୍ତୀ କମିଟିର ସଭାପତି ଡୋଳମଣୀ ଚୌଧୁରୀ, ପ୍ରଧାନ ଶିକ୍ଷକ ଭାଗରଥି ଭୋଇ, ଯୋଗେଶ ଚନ୍ଦ୍ର ଦୋରା, ମକଳିଙ୍ଗ ଗହୀର, ବେଲଖଣ୍ଡି ହାଇସ୍କୁଲ ପ୍ରଧାନଶିକ୍ଷକ ପୁଷ୍ପଧ୍ଵଜ ବାଗ, ସିର୍ଜାପାଳି ସ୍କୁଲର ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ସାହୁ, ହାତୀଖୋଜ ସ୍କୁଲର ପ୍ରଧାନ ଶିକ୍ଷକ ଧବଲେଶ୍ଵର ସାହୁ, ଘନଶ୍ୟାମ ଗହୀର, ସଦାନନ୍ଦ ଶତପଥୀ ପ୍ରମୁଖ ସମ୍ମାନିତ ଅତିଥିଭାବରେ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ରୋହିତ ସାହୁ ସଭା ପରିଚାଲନା କରିଥିଲେ । ଏହି ଅବସରରେ ପୁରାତନ ଛାତ୍ର ତଥା ସାମ୍ବାଦିକ ଅଜିତ କୁମାର ସାହୁ, ରାମ ନାରାୟଣ ବାଗ, ମନୋଜ ସାହୁ ପ୍ରମୁଖ ସାମିଲ ହୋଇଥିଲେ । ଏହି ଅବସରରେ କବି ସମ୍ମିଳନୀ ଏବଂ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ କଲେଜ ଅଧ୍ୟାପକ ଏବଂ ପୁରାତନ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.