oom

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ସମୂହ ଦୀପଦାନ ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ତା.୧୩-୦୬-୨୦୨୫ ରିଖ ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ବ୍ରାହ୍ମଣ ସମିତି, ସୁନ୍ଦରପଦା ଭୁବନେଶ୍ୱର ଆନୁକୂଲ୍ୟରେ ଅହମ୍ମଦାବାଦ-ଲଣ୍ଡନ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ମୃତବ୍ୟକ୍ତି ବିଶେଷ୍ୟଙ୍କ ଅମର ଆତ୍ମାର ସଦଗତି କାମନା କରି ଏକ ସମୂହ ଦୀପଦାନ କରି ଭଦ୍ରମଣ୍ଡଳୀ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଶୋକସଭା ସ୍ଥାନୀୟ ଭୁବନେଶ୍ୱର ସ୍ଥିତ ସୁନ୍ଦରପଦାର ଆରଧ୍ୟ ଦେବ ଶ୍ରୀ ଶ୍ରୀ ସୁନ୍ଦରେଶ୍ଵର ମହାଦେବ ଓ ଶ୍ରୀ ଶ୍ରୀ ପତିତପାବନ ଦେବଙ୍କ ମନ୍ଦିର ସମ୍ମୁଖରେ ଏହି ସମୂହ ଦୀପଦାନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ରାହ୍ମଣ ସମିତି ସଭାପତି ପ୍ରଲିପ୍ତ କୁମାର ନନ୍ଦଙ୍କ ପୌରହିତ୍ୟରେ ସର୍ବପ୍ରଥମେ ଦୁଇ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ଏହି ଶୋକସଭାରେ ସମିତିର ସମ୍ପାଦକ ବିଷ୍ଣୁ ପ୍ରସାଦ ନନ୍ଦ, ଉପଦେଷ୍ଟା ସମାଜସେବୀ ନୀଳମଣି ମିଶ୍ର, ଜିତେନ୍ଦ୍ର କୁମାର ନନ୍ଦ, ପୂର୍ବତନ କର୍ପୋରେଟର ଦେବୀ ପ୍ରସାଦ ନନ୍ଦ (ମଣ୍ଟୁ), ଅର୍ଜୁନ ନାୟକ, ଗୋଖିବାବା ମେଳା କମିଟୀର ସଭାପତି, ସମ୍ପାଦକ ଓ ଅନ୍ୟ କର୍ମକର୍ତ୍ତା ତଥା ଶ୍ରୀ ଶ୍ରୀ ଦଧିବାମନ ଜୀଉ ଓ ସୁନ୍ଦରେଶ୍ଵର ମହାଦେବଙ୍କ ଟ୍ରଷ୍ଟ ବୋର୍ଡର ସମସ୍ତ ସଦସ୍ୟ ଉପସ୍ଥିତ ରହି ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ବର୍ତ୍ତମାନର ପରିସ୍ଥିତିରେ ଚିକିତ୍ସିତ ହେଉଥିବା ଆହତ ଡାକ୍ତରୀ ଛାତ୍ର ତଥା ଏକ ମାତ୍ର ବଞ୍ଚିଥିବା ବ୍ୟକ୍ତିଙ୍କର ତୁରନ୍ତ ଆଶୁ-ଆରୋଗ୍ୟ କାମନା କରିବା ପୂର୍ବକ ଦୀପ ଜାଳି ଦୀର୍ଘାୟୁ କାମନା କରିଥିଲେ ।

jittmm
Leave A Reply

Your email address will not be published.