ଟିକ୍ରାପଡା ଚାନ୍ଦ ମନ୍ଦିରରେ ଶ୍ରୀଜୀଉ ମାନଙ୍କ ସ୍ନାନଯାତ୍ରା ଓ ହାତୀ ବେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ଟିକ୍ରାପଡା ସ୍ଥିତ ଶ୍ରୀକ୍ଷେତ୍ର ଚାନ୍ଦ ମନ୍ଦିର ଠାରେ ଶ୍ରୀଜୀଉ ମାନଙ୍କର ସ୍ନାନ ଯାତ୍ରା ଓ ଗଜାନନ ବେଶ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ୧୦ଟା ସମୟରୁ ଶ୍ରୀଜୀଉମାନଙ୍କର ମହାସ୍ନାନ, ମନ୍ଦିର ପୂଜକ କୃଷ୍ଣ ଚନ୍ଦ୍ର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିଲା । କର୍ତ୍ତା ଭାବରେ ଚାନ୍ଦ ମନ୍ଦିର ପ୍ରତିଷ୍ଠାତା ପ୍ରଦୀପ ଚାନ୍ଦ ଏବଂ ସହଧର୍ମିଣୀ କମଳିନୀ ଚାନ୍ଦ ଶ୍ରୀଜୀଉମାନଙ୍କୁ ୧୦୮ କଳସ ଜଳ ଢାଳି ରୀତିନୀତିରେ କାର୍ଯ୍ୟ ସମାପନ କରିଥିଲେ । ଅପରାହ୍ନ ୫ଟାରୁ ଶ୍ରୀଜୀଉମାନଙ୍କର ଗଜାନନ ବେଶ ଆରମ୍ଭ ହୋଇଥିଲା । ଏହି ବେଶରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ଜଣା ଅଜଣାରେ ଅର୍ଜିତ ସମସ୍ତ ପାତକ ଖଣ୍ଡନ ହୋଇ କୋଟି ତୀର୍ଥର ପୁଣ୍ୟ ଫଳ ମିଳୁଥିବା ବିଶ୍ୱାସ ରହିଛି । ଏହି କାରଣରୁ ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା । ଏହି ଅବସରରେ କମିଟି ପକ୍ଷରୁ ନାମ ସଂକୀର୍ତ୍ତନ୍ୟ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ମହାପ୍ରଭୁଙ୍କୁ ହାତୀ ବେଶରେ ସଜାଇ ଥିଲେ ନିମାଇ ଚରଣ ହାତୀ, ଦ୍ୱିଜରାଜ ମିଶ୍ର ଓ ସତ୍ୟନାରାୟଣ ଶତପଥି । ଉକ୍ତ କାର୍ଯ୍ୟକ୍ରମକୁ ବ୍ରଜବିହାରୀ ତ୍ରିପାଠୀ, ଅଶୋକ ଚାନ୍ଦ, ରଞ୍ଜିତ ପଣ୍ଡା, ମହେନ୍ଦ୍ର ବାଗ, ପଦ୍ମଲୋଚନ ଯୋଷୀ, ଅନିଲ ଠାକୁର, କୃଷ୍ଣଚନ୍ଦ୍ର ରଥ, ରାଜୀବ ମିଶ୍ର, ଛାୟାକାନ୍ତ ସାହୁ, ସୁନାନିଧି ହୋତା, ବଳରାମ ମିଶ୍ର, ସୁଧିର ଚାନ୍ଦ, ରାଜୀବ ବେହେରା, ରାଜ କୁମାର ମିଶ୍ର, ଧୃବ ବେହେରା, ମୋତିଲାଲ ଅଗ୍ରୱାଲ, ରାମଚରିତ ମାନସ ମନ୍ଦିର ର ସଭାପତି ସନ୍ତୋଷ କୁମାର ଅଗ୍ରୱାଲ, ଯୋଗୀରାମ ସାହୁ, କଙ୍ଗାଲୁ, ଆଲୋକ ଚାନ୍ଦ, ଶିବ ନାୟକ ତଥା ରଥ କମିଟିର ସମସ୍ତ ସଭ୍ୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.