ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଇଆର୍ଇ ଜଗନ୍ନାଥ ମନ୍ଦିରରେ ଆଜି ପୂର୍ବାହ୍ନରୁ ଶ୍ରୀଜୀଉଙ୍କୁ ସ୍ନାନମଣ୍ଡପକୁ ଗୋଟି ପହଣ୍ଡିରେ ଆଣି ବିଜେ କରିଛନ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନମଣ୍ଡପକୁ ଆଣି ୧୦୮ କଳସରେ ସେବାୟତମାନେ ଦିଅଁଙ୍କ ମହାସ୍ନାନ କରାଇଛନ୍ତି । ସ୍ନାନପରେ ଶ୍ରୀ ଜୀଉଙ୍କୁ ଶ୍ରୀ ଅଙ୍ଗରେ ଶ୍ରୀକର୍ପୂରମିଶ୍ରିତ ଚନ୍ଦନ, କୁକୁମ, ଅଗୁର ଲାଗି ହୋଇଛି । ସ୍ୱତନ୍ତ୍ର ପୂଜାର୍ଚ୍ଚନା, ଭୋଗରାଗ ହୋଇସାରି ଦେବତାମାନଙ୍କୁ ବିଶ୍ରାମ ଦିଆଯାଇଛି । ଆଖପାଖ ଅଞ୍ଚଳର ବହୁଭକ୍ତଜନ ଶ୍ରୀଜୀଉଙ୍କ ଏହି ପାରମ୍ପରିକ ଲୀଳା ଦେଖି ନିଜକୁ ଧନ୍ୟ ମଣିଛନ୍ତି ।