ନୀଳକଣ୍ଠ ନଗରର ପ୍ରତିଷ୍ଠିତ ପ୍ରଧାନଆଚାର୍ଯ୍ୟ ରାଜେନ୍ଦ୍ର ପ୍ରସାଦ ପାଢ଼ୀଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମର ପ୍ରତିଷ୍ଠିତ ନୀଳକଣ୍ଠ ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଥମ ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର ପ୍ରସାଦ ପାଢ଼ୀଙ୍କ ଗତକାଲି ମଧ୍ୟାହ୍ନ ୧୨ ଟା ୧୫ ମିନଟ ସମୟରେ ହୃଦ୍ ଘାତରେ ତାଙ୍କର ବ୍ରହ୍ମପୁର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ସେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରଚାରକ ଭାବେ ଦୀର୍ଘ ଦିନ କାର୍ଯ୍ୟ କରିଥିଲେ । ବିଶ୍ଵ ହିନ୍ଦୁ ପରିଷଦ ଓ ବନବାସୀ କଲ୍ୟାଣ ଆଶ୍ରମର ଦାୟିତ୍ୱରେ ରହିଥିଲେ । ଏଥି ସହ ଦେଶର ଜରୁରୀ କାଳୀନ ପରିସ୍ଥିତି ସମୟରେ ଗିରଫ ହୋଇ ଜେଲ୍ ଭୋଗିଛନ୍ତି । ଦୀର୍ଘ ଏକୋଇଶି ବର୍ଷ ଧରି ନୀଳକଣ୍ଠନଗରର ପ୍ରତିଷ୍ଠିତ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଦାୟିତ୍ୱରେ ରହି ଅନେକ ଶିଶୁଙ୍କ ଭବିଷ୍ୟତ ନିର୍ମାଣ କରିଛନ୍ତି । ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରଚାରକ ଭାବେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଥିଲେ । ବିଶ୍ଵ ହିନ୍ଦୁ ପରିଷଦ ଓ ବନବାସୀ କଲ୍ୟାଣ ଆଶ୍ରମର ଦାୟିତ୍ୱରେ ରହିଥିଲେ । ଏଥି ସହ ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ପ୍ରତିଷ୍ଠା କରିଥିଲେ ଓ ସେଥିରେ ମଧ୍ୟ ନିଜେ ନିୟୋଜିତ ଥିଲେ । ଏହି ଭଳି ଜଣେ ମହାନ୍ ବ୍ୟକ୍ତିଙ୍କ ବିୟୋଗରେ ସମସ୍ତ ଅଞ୍ଚଳବାସୀ, ସଂଘ କାର୍ଯ୍ୟକର୍ତ୍ତା ଓ ପରିବାରର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଗଭୀର ଦୁଃଖ ପ୍ରକାଶ କରିବା ସହିତ ତାଙ୍କରି ଅମର ଆତ୍ମାର ସଦ୍ ଗତି କାମନା କରିଛନ୍ତି । ବିଭିନ୍ନ ମହଲରେ ସ୍ୱର୍ଗତ ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କର ସଦଗତି କାମନା କରିଛନ୍ତି ।

jittmm
Leave A Reply

Your email address will not be published.