ବଲାଙ୍ଗିର କେନ୍ଦ୍ର ସମବାୟ ସମିତିର ଆସିଷ୍ଟାଣ୍ଟ ଆକାଉଣ୍ଟ ମ୍ୟାନେଜର ସୁଧୀର ନନ୍ଦ ଭିଜିଲାନ୍ସ ଜାଲରେ

ବଲାଙ୍ଗିର : ଭିଜିଲାନ୍ସ ଜାଲରେ ବଲାଙ୍ଗିର କେନ୍ଦ୍ର ସମବାୟ ସମିତିର ଆସିଷ୍ଟାଣ୍ଟ ଆକାଉଣ୍ଟ ମ୍ୟାନେଜର ସୁଧୀର ନନ୍ଦ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ସୁଧୀରଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରିଛି । ବଲାଙ୍ଗିର ପ୍ୟାଲେସ ଲାଇନ୍ ସ୍ଥିତ ନିଜ ଘରେ, ରୁଗୁଡ଼ିପଡ଼ା ସ୍ଥିତ ସଂପର୍କୀୟଙ୍କ ଘରେ ଓ ବିଡିସିସି ବ୍ୟାଙ୍କରେ ଏକକାଳୀନ ଚଢାଉ ଜାରି ରହିଥିବା ସୂଚନା ମିଳିଛି । ଏହି ଚଢ଼ାଉରେ ବଲାଙ୍ଗିର, ବରଗଡ, ସୋନପୁର ଓ ସମ୍ବଲପୁରର ଭିଜିଲାନ୍ସ ଟିମ ସାମିଲ ଅଛନ୍ତି । ଚଢାଉ ବେଳେ ସୁନା, ନଗଦ ଟଙ୍କା, ଜମି କାଗଜପତ୍ର, ବ୍ୟାଙ୍କ ପାସବୁକ୍ ସବୁ ତନ୍ନ ତନ୍ନ କରି ତଦନ୍ତ ଚାଲିଥିବା କୁହାଯାଇଛି ।

Leave A Reply

Your email address will not be published.