ଦୟାନନ୍ଦ ପ୍ଲେ ସ୍କୁଲ ଠାରେ ବାବା ଗଜାନନଙ୍କ ପୂଜା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀରେ ପବିତ୍ର ଗଣେଶ ପୂଜା ବଲାଙ୍ଗିର ସହରର ପେଲେସ ଲାଇନ୍‌ ସ୍ଥିତ ଦୟାନନ୍ଦ ପ୍ଲେ ସ୍କୁଲ ଠାରେ ପାଳିତ ହୋଇଯାଇଛି । ସ୍କୁଲରେ କୁନି କୁନି ଛାତ୍ରଛାତ୍ରୀ ଗଜାନନଙ୍କ ପୂଜା କରିଥିବା ବେଳେ ଏହି ସମୟରେ ଦୟାନନ୍ଦ ପ୍ଲେ ସ୍କୁଲର ପ୍ରିନ୍ସିପାଲ ଦିବ୍ୟ ନାରାୟଣ ମିଶ୍ର, ଶିକ୍ଷୟିତ୍ରୀ ଓ ସ୍କୁଲ ସହଯୋଗୀ ମାନେ ଉପସ୍ଥିତ ଥିଲେ । ଏହି ଉପଲକ୍ଷେ ସ୍କୁଲ ପକ୍ଷରୁ କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ମଧ୍ୟ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.