
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ରଜକ ସମାଜ ରରଫରୁ ତା:୧୬-୧୦-୨୦୨୪, ବୁଧବାର ଦିନ ଇଷ୍ଟ ଦେବୀ ମାଁ ନିତେଇ ଧୋବଣୀଙ୍କ ଦଶହରା ପର୍ବ ବଲାଙ୍ଗିର, ବିଷ୍ଣୁମୁଣ୍ଡା ଗ୍ରାମସ୍ଥିତ ମାଁ ନିତେଇ ଧୋବଣୀଙ୍କ ମନ୍ଦିରରେ ମହାଆଡମ୍ବରରେ ପାଳନ ହୋଇଯାଇଛି । ପ୍ରଥମେ ମନ୍ଦିରର ପୂଜକ ଚୈତରାମ ସେଠ୍ ଓ ଛବିଲାଲ ସେଠ୍ ପରମ୍ପରାନୁଜାୟୀ ପୂଜାର୍ଚ୍ଚନା କରିଥିଲେ । ଏହି ପର୍ବରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ରଜକ ଭାଇ ବନ୍ଧୁ ଯୋଗଦାନ କରିଥିଲେ । ଶିବପ୍ରସାଦ ସେଠ୍ଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଂପାଦକ କୀତ୍ତିଚନ୍ଦ୍ର ସେଠ୍ ସଭା ପରିଚାଳନା କରିଥିଲେ । ଉପଖଣ୍ଡ ସଭାପତି ଭୁବନେଶ୍ୱର ସେଠ୍ ସମାଜକୁ ଏକତ୍ରିତ ହୋଇ କାମ କରିବାକୁ କହିଥିଲେ । ଉକ୍ତ ବୈଠକରେ ଆଗକୁ ହେବାକୁଥିବା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମକୁ କିପରି ଭାବରେ ସମ୍ପାଦନ କରାଯିବ ସେଥିପାଇଁ ଆଗାମୀ ନଭେମ୍ବର ମାସ ୧୦ ତାରିଖରେ ସମସ୍ତ ସଭ୍ୟଙ୍କୁ ନେଇ ଏକ ଜରୁରୀ ବୈଠକ କରାଯିବା ପାଇଁ ସ୍ଥିରିକୃତ ହେଲା । କୋଷାଧ୍ୟକ୍ଷ ଶେଖର ସେନ୍ ସେଠ୍ ହିସାବ କାର୍ଯ୍ୟ ତୁଲାଇ ଥିଲେ ସମାଜରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ଉପରେ ଆଳୋକପାତ କରିଥିଲେ । ମନ୍ଦିର କମିଟି ସଂପାଦକ ଗଦାଧର ସେଠ୍ ବିଶେଷ କାର୍ଯ୍ୟ ତୁଲାଇଥିଲେ ଓ ଭବିଷ୍ୟତରେ ସାହାଯ୍ୟ ସହଯୋଗ କରିବେ ବୋଲି କହିଥିଲେ । ବରିଷ୍ଠ ସଭ୍ୟ ଜଗଦୀଶ ସେଠ୍ ସୁଦାମ ସେଠ୍, ରଘୁନାଥ ସେଠ୍, ଲକ୍ଷ୍ମୀପ୍ରସାଦ ସେଠ୍, ପିତବାସ ସେଠ୍, ବଳରାମ ସେଠ୍, ରଞ୍ଜନ ସେଠ୍, ବିଭିନ୍ନ ବିଶେଷ ମତପୋଷଣ କରିଥିଲେ । ସଭ୍ୟ ପ୍ରକାଶ ସେଠ୍, ଭୁଜରାଜସେଠ୍, ଗୈାର ସେଠ୍, ଅକ୍ଷୟ ସେଠ୍, ଅଶୋକ ସେଠ୍, ଅନୁ ବୁଡେକ, ଅଭିମନ୍ୟୁ ସେଠ୍, କୁଶ ସେଠ୍, ସହଯୋଗ କରିଥିଲେ । ଶେଷରେ ଜିଲ୍ଲା ସମ୍ପାଦକ କୀର୍ତ୍ତିଚନ୍ଦ୍ର ସେଠ୍ ପ୍ରମୁଖ ଧନ୍ୟବାଦ ଦେଇଥିଲେ ।