om academy

ଜଳ-ଜୀବନ ମିଶନ୍ ମାଧ୍ୟମରେ ଗଞ୍ଜାମ ଜିଲ୍ଲାର ୩ ନିର୍ବାଚନମଣ୍ଡଳୀକୁ ଦଶହରା ଭେଟି : ଆଗାମୀ ପଞ୍ଚାୟତ ନିର୍ବାଚନୀ ନିମନ୍ତେ ବାଜିଲା ଏକ ଶକ୍ତ ବିଗୁଲ

jsm
  • ୩୫୫ କୋଟି ଟଙ୍କା ବ୍ୟୟରେ ଛତ୍ରପୁର, ଗଞ୍ଜାମ, ରଙ୍ଗେଇଲୁଣ୍ଡା ଓ ଖଲ୍ଲିକୋଟ ବ୍ଲକର ୩୦୪ ଗାଁକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକରଣ ପ୍ରକଳ୍ପ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୨୦୨୨ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଛତ୍ରପୁର, ଖଲ୍ଲିକୋଟ ଓ ଗୋପାଳପୁର ନିର୍ବାଚନମଣ୍ଡଳୀକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭେଟି ପ୍ରଦତ୍ତ ହୋଇଥିବା କୁହାଯାଏ । ଜଳ-ଜୀବନ ମିଶନ୍ ମାଧ୍ୟମରେ କାର୍ଯ୍ୟକାରୀ କରିବା ଭିତ୍ତିରେ ଏହି ଛତ୍ରପୁର ନିର୍ବାଚନମଣ୍ଡଳୀର ଛତ୍ରପୁର ଓ ଗଞ୍ଜାମ ବ୍ଳକ୍ ଏବଂ ଖଲ୍ଲିକୋଟ ଓ ରଙ୍ଗେଇଲୁଣ୍ଡା ବ୍ଲକର ୮୬ ଗ୍ରାମ ପଞ୍ଚାୟତର ୩୦୪ ଗାଁକୁ ମେଗା-ପାନୀୟ ଜଳ ଯୋଗାଣ ବ୍ୟବସ୍ଥାପନା ପ୍ରକଳ୍ପ ନିର୍ମାଣ ହେବ ବୋଲି ରାଜ୍ୟ ସରକାରଙ୍କ ମୁଖ୍ୟ ସଚେତକ ମଣ୍ଡଳୀ ପକ୍ଷରୁ ଏକ ବିଜ୍ଞପ୍ତି ଘୋଷିତ ହୋଇଛି । ଛତ୍ରପୁର ଠାରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ସମାବେଶରେ ଏ ସମ୍ପର୍କରେ ମତ ପ୍ରକାଶ ପାଇଛି । ୩୫୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ମେଗା ପ୍ରକଳ୍ପ ଜରିଆରେ ୪ ଟି ବ୍ଲକର ପ୍ରାୟ ୭ ଲକ୍ଷ ଜନସାଧାରଣ ଉପକୃତ ହୋଇପାରିବେ । ଏହି ପରିପ୍ରେକ୍ଷୀରେ ୩ ନିର୍ବାଚନମଣ୍ଡଳୀ ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

ଏହି ସମାରୋହ ଯେ’ ଘୋଷିତ ଯୋଜନା ଆଗାମୀ ପଞ୍ଚାୟତ ନିର୍ବାଚନୀ ନିମନ୍ତେ ଏକ ବିଗୁଲ ସ୍ୱରୂପ ବାଜିଛି, ଯାହା ଗଞ୍ଜାମ ମହକୁମା ଛତ୍ରପୁର ସ୍ଥ ଶିବକୁମାର ରିଡିଂ ରୁମ୍ ପରିସରରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବିଜେଡି ସମାବେଶ ନିର୍ବାଚନୀ ପ୍ରଚାରର ଏକ ଫର୍ମୁଲା ବନିଛି, ପରି ପ୍ରତୀୟମାନ ହୁଏ । ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।

ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ଛତ୍ରପୁର ବିଧାୟକ ସୁବାସ ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲାଇ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଞ୍ଜୟ ରେଡ୍ଡୀ, ଉପାଧ୍ୟକ୍ଷା ଅମୀତା ସାହୁ, ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷା ମିନାକ୍ଷୀ ସାହୁ, ରଙ୍ଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷା ସିଏଚ୍‌.ଉଷାରାଣୀ, ଉପାଧ୍ୟକ୍ଷ ଅଜିତ୍ କୁମାର ଦାଶ, ବିଜେଡି ମହିଳା ସଭାନେତ୍ରୀ ସଙ୍ଘମିତ୍ରା ଦଳାଇ, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ଭବାନୀକାନ୍ତ ସାହୁ ପ୍ରମୁଖ ମଞ୍ଚାସୀନ ଅତିଥି ଏବଂ ଉପସ୍ଥିତ ତିନିଟି ନିର୍ବାଚନମଣ୍ଡଳୀର ପଞ୍ଚାୟତ ପ୍ରତିନିଧି ଏବଂ ଜନସାଧାରଣ ଏହି ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁର କରିଥିବା ନେଇ ବିଜେଡି ମାଆମାନେ ହୁଳାହୁଳି ଦେଇ ଏହି ସମାରୋହରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ମେଗା ପ୍ରକଳ୍ପ ଆସନ୍ତା ୨୪ ମାସ ମଧ୍ୟରେ ସମ୍ପନ୍ନ କରିବା ପାଇଁ ଲକ୍ଷ୍ୟ ରହିଛି, ବୋଲି ଛତ୍ରପୁର ବିଧାୟକ ସୁବାସ ବାବୁ କହିଛନ୍ତି ।

Leave A Reply

Your email address will not be published.