oom

ବେଲମତୀ ଦେବୀଙ୍କୁ ଏକାଦଶାହରେ ଶ୍ରଦ୍ଧାଞ୍ଜଳି

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ମେଲଛାମୁଣ୍ତା ସାମ୍ବାଦିକ ମନୋଜ କୁମାର ଭୋଇଙ୍କ ମାତା ବେଲମତି ଭୋଇଙ୍କ ଆଜି ଥିଲା ଏକାଦଶାହ କାର୍ଯ୍ୟକ୍ରମ । ଏହି ଅବସରରେ ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘର ଅନେକ କର୍ମକର୍ତ୍ତା ଯୋଗଦେଇ ସ୍ୱର୍ଗତ ବେଳମତୀ ଦେବୀଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଏହା ପରେ ତାଙ୍କର ଆତ୍ମାର ସଦଗତି ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସଂଘର ସଭାପତି ବଡ ଶତପଥି, ଉପସଭାପତି ସତ୍ୟ ପଧାନ, ସମ୍ପାଦକ ରମେଶ ବାରିକ, କୋଷାଧ୍ୟକ୍ଷ ସୁରଥ ସାହୁ, ଉପଦେଷ୍ଟା କମିଟି ସଭ୍ୟ କ୍ଷମାନିଧି ନାୟକ, ନିରୋଜ କୁମାର ପାଣୀ, କୁଞୀବିହାରୀ ସାହୁ, ଗୋପାଳ ସାହୁ, ଜଗବନ୍ଧୁ ସାହୁ, ପ୍ରଦୀପ ଭାଇଙ୍କ ସହ ଅନ୍ୟ ସାମ୍ବାଦିକମାନେ ଏଥିରେ ଯୋଗଦେଇ ବେଲମତି ଦେବୀଙ୍କ ସ୍ମୁତିଚାରଣ କରିଥିଲେ । ଏଥିରେ ଅଞ୍ଚଳ ମାନ୍ୟଗଣ୍ୟ ବ୍ୟକ୍ତି ସହ ବନ୍ଧୁ ପରିଜନ ସାମିଲ ହୋଇ ନୀରବ ପ୍ରାର୍ଥନାରେ ଯୋଗଦେଇ ଫୋଟୋ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ସମସ୍ତେ ଅନ୍ନପ୍ରସାଦ ଭୋଜନ କରିଥିଲେ ।

jittmm
Leave A Reply

Your email address will not be published.